ଭୁବନେଶ୍ୱର : ଗତ ତିନିମାସ ଧରି ବନ୍ଦ ରହିଥିବା ଶ୍ରୀଲିଙ୍ଗରାଜ ମନ୍ଦିର ସେପ୍ଟେମ୍ବର ପହିଲାରୁ ଖୋଲିବ । ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ବସିଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି । କୋଭିଡ କଟକଣା ଭିତରେ ସର୍ବସାଧାରଣ ମହାପ୍ରଭୁଙ୍କ ଦର୍ଶନ ପାଇବେ । ଏକ ସମୟରେ ସିଂହଦ୍ୱାରରୁ ଆଡ଼କାଠ ପର୍ଯ୍ୟନ୍ତ ସର୍ବାଧିକ ଶହେ ଜଣ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ । କୌଣସି ଭକ୍ତଙ୍କୁ ଭୋଗ ଲାଗି କରାଇବା ପାଇଁ ସୁଯୋଗ ଦିଆଯିବନି । ସାହାଣମେଲା ଓ ଗର୍ଭଗୃହ ଦର୍ଶନ ମଧ୍ୟ ହେବ ନାହିଁ । ସମସ୍ତେ ମାସ୍କ ପିନ୍ଧିବେ । ଭକ୍ତମାନଙ୍କ ମଧ୍ୟରେ ଅତି କମରେ ୬ଫୁଟ ସାମାଜିକ ଦୂରତା ରହିବ । ଶୃଙ୍ଖଳିତ ଦର୍ଶନ ପାଇଁ ବିଏମସି ପକ୍ଷରୁ ୧ ତାରିଖ ପୂର୍ବରୁ ସ୍ୱତନ୍ତ୍ର ବ୍ୟାରିକେଡ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
Powered by Froala Editor
