‘ବାପି ଭାଇ ଅମର ରହେ’, ମନରେ କୋହ, ଆଖିରେ ଲୁହ

‘ବାପି ଭାଇ ଅମର ରହେ’, ମନରେ କୋହ, ଆଖିରେ ଲୁହ

ରାଜ୍ୟ ଖବର


ଭୁବନେଶ୍ୱର : ‘ବାପି ଭାଇ ଅମର ରହେ’  । ଯେତିକି ଜୋରରେ ଏହି ନାରା ଶୁଭୁଥିଲା, ଆଖିରୁ ମଧ୍ୟ ସେତିକି ଲୁହ ଝରୁଥିଲା  । ସମସ୍ତଙ୍କ ମନରେ କୋହ, ସମସ୍ତଙ୍କ ଆଖିରେ ଲୁହ  ।   ଲୁଲୁ ମହାପାତ୍ରଙ୍କ ପରେ ପୁଣି ଏକ କୋହଭରା ଶବ ଶୋଭାଯାତ୍ରା ଆଜି ଦେଖିବାକୁ ମିଳିଥିଲା  ।

ସଂଗ୍ରାମ ଜେନା  । କଂଗ୍ରେସର ଜଣେ ଟାଣୁଆ ଯୁବ ନେତା  । ଅନେକ ନେତାଙ୍କୁ ସେ ହାତ ଧରି ରାଜନୀତିକୁ ଆଣିଥିଲେ  । ମାତ୍ର ୪୪ ବର୍ଷ ବୟସରେ ତାଙ୍କର ଅକାଳ  ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି  । ଆଜି ତାଙ୍କର ଶବ ହାଇଦ୍ରାବାଦ ହସପିଟାଲରୁ ଆସି ଭୁବନେଶ୍ୱରରେ ପହଁଚିବା ପରେ ହଜାର ହଜାର ଯୁବନେତା ତାଙ୍କର ଶେଷଦର୍ଶନ ପାଇଁ ଅପେକ୍ଷା କରି ରହିଥିଲେ  । ସଂଗ୍ରାମ ଜେନା ଅମର ରହେ, ବାପି ଭାଇ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହୋଇପଡ଼ିଥିଲା ପରିବେଶ  । ବାପିଙ୍କ ମୁହଁକୁ ଦେଖିବା ପରେ ଅନେକ ଯୁବ ନେତା କୋହ ସମ୍ଭାଳିନପାରି ଛୋଟ ଛୁଆଙ୍କ ଭଳି କାନ୍ଦି ପକାଇଥିଲେ  । ବାଷ୍ପରୁଦ୍ଧ କଣ୍ଠରେ ବାପି ଭାଇ ଅମର ରହେର ନାରା ପଡ଼ୁଥିବାବେଳେ ଏକ କୋହଭରା ପରିବେଶ ସୃଷ୍ଟି ହୋଇଥିଲା  । 

Powered by Froala Editor