ଅକ୍ଟୋବରରେ ତୃତୀୟ ଲହର

ଅକ୍ଟୋବରରେ ତୃତୀୟ ଲହର

ରାଜ୍ୟ ଖବର

ଭୁବନେଶ୍ୱର : ତୃତୀୟ ଲହରକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି  । ଅକ୍ଟୋବରରେ ତୃତୀୟ ଲହର ଭୟଙ୍କର ଭାବେ ମାଡ଼ିଆସିବ । ବିଶେଷକରି ଛୋଟ ପିଲାମାନେ ଏହାଦ୍ୱାରା ବେଶୀ ସଂକ୍ରମିତ ହେବାର ଆଶଙ୍କା ରହିଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଏକ ରିପୋର୍ଟ ଆସିଛି ବୋଲି ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି  ।

ରିପୋର୍ଟ ଅନୁଯାୟୀ, ତୃତୀୟ ଲହରରେ ପିଲାମାନେ ସଂକ୍ରମିତ ହେବେ । ଭାରତରେ ଦୈନିକ ସଂକ୍ରମଣ ୪ ଲକ୍ଷ ଛୁଇଁବାର ଆଶଙ୍କା ଥିବାବେଳେ ଓଡ଼ିଶାରେ ଦୈନିକ ସଂକ୍ରମଣ ୧୪ ହଜାର ହେବାର ଆଶଙ୍କା କରାଯାଉଛି  । ଏଥିପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି  । ପିଲାମାନଙ୍କର ଚିକିତ୍ସା ନିମନ୍ତେ ଶିଶୁ ବିଶେଷଜ୍ଞମାନେ ପ୍ରସ୍ତୁତ ରହିବା ସହ ଆବଶ୍ୟକୀୟ ୱାଡର଼୍ର ବ୍ୟବସ୍ଥା କରିବାକୁ କୁହାଯାଇଛି  । ପ୍ରତି ୱାଡର଼୍ରେ ଯେଭଳି ଜଣେ ଆଟେଂଡାଂଟ ରହିବେ ତାହାର ବ୍ୟବସ୍ଥା କରାଯିବ  । ଅପରପକ୍ଷରେ ଭେଂଟିଲେଟର ଠାରୁ ନେଇ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି  ।

Powered by Froala Editor