ସାବଧାନ : ତୃତୀୟ ଲହରରେ ଦୈନିକ ୪ ଲକ୍ଷ ସଂକ୍ରମଣ

ସାବଧାନ : ତୃତୀୟ ଲହରରେ ଦୈନିକ ୪ ଲକ୍ଷ ସଂକ୍ରମଣ

ଜାତୀୟ ଖବର

ଭୁବନେଶ୍ୱର : ତୃତୀୟ ଲହର ମାଡ଼ି ଆସୁଛି  । ସେପ୍ଟେମ୍ବରରୁ ମଧ୍ୟ ତୃତୀୟ ଲହର ଆସିଯିବ  । ଅକ୍ଟୋବର ବେଳକୁ ଏହା ପିକରେ ପହଁଚିଯିବ  । ଏହାର ପ୍ରଭାବ ପୂର୍ବାପେକ୍ଷା ବି ଭୟଙ୍କର ରହିବାର ଆଶଙ୍କା ରହିଛି  । ଭାରତରେ ଦୈନିକ ସଂକ୍ରମଣ ୪ ଲକ୍ଷ ଛୁଇଁବ ବୋଲି ଆଶଙ୍କା କରାଯାଉଛି  । ଫଳରେ ଏବେ ଲୋକଙ୍କ ମନରେ କରୋନା ଭୟ ଖେଳିଯାଇଛି  ।

ଅପରପକ୍ଷରେ ଏଭଳି ସ୍ଥିତିରେ ବିଶେଷଜ୍ଞମାନଙ୍କ ମତାମତ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିଛି  । ଆଇଆଇଟି କାନପୁରର ବରିଷ୍ଠ ବୈଜ୍ଞାନିକ ପ୍ରଫେସର ମହିନ୍ଦ୍ରା ଅଗ୍ରୱାଲ କହିଛନ୍ତିଯେ,  କରୋନାର ତୃତୀୟ ଲହରର ସମ୍ଭାବନା କମ ରହିଛି  । ନିଜର ଗାଣିତିକ ମଡେ଼ଲ ଆଧାରରେ ସେ ଏହା କହିଛନ୍ତି  । ଟିକାକରଣ ଯୋଗୁଁ ଉତରପ୍ରଦେଶ, ବିହାର, ଦିଲ୍ଲୀରେ ସଂକ୍ରମଣ କମି ଯାଇଥିବାବେଳେ ଉତରପୂର୍ବାଂଚଳ ରାଜ୍ୟ, ତାମିଲନାଡୁ, ତେଲେଙ୍ଗାନା ଓ କେରଳରେ ସଂକ୍ରମଣ ହେବ ।

ତେବେ ତୃତୀୟ ଲହରରେ ପିଲାମାନେ ସଂକ୍ରମିତ ହେବେ । ଭାରତରେ ଦୈନିକ ସଂକ୍ରମଣ ୪ ଲକ୍ଷ ଛୁଇଁବାର ଆଶଙ୍କା ଥିବାବେଳେ ଓଡ଼ିଶାରେ ଦୈନିକ ସଂକ୍ରମଣ ୧୪ ହଜାର ହେବାର ଆଶଙ୍କା କରାଯାଉଛି  । ଏଥିପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି  । ପିଲାମାନଙ୍କର ଚିକିତ୍ସା ନିମନ୍ତେ ଶିଶୁ ବିଶେଷଜ୍ଞମାନେ ପ୍ରସ୍ତୁତ ରହିବା ସହ ଆବଶ୍ୟକୀୟ ୱାଡର଼୍ର ବ୍ୟବସ୍ଥା କରିବାକୁ କୁହାଯାଇଛି  । ପ୍ରତି ୱାଡର଼୍ରେ ଯେଭଳି ଜଣେ ଆଟେଂଡାଂଟ ରହିବେ ତାହାର ବ୍ୟବସ୍ଥା କରାଯିବ  । ଅପରପକ୍ଷରେ ଭେଂଟିଲେଟର ଠାରୁ ନେଇ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି  ।

ଏତଦବ୍ୟତୀତ ବହୁବିଧ ରୋଗରେ ପୀଡ଼ିତ ଥିବା ପିଲାମାନଙ୍କର ଟୀକାକରଣ ନେଇ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯାହାଫଳରେ ପିଲାମାନଙ୍କୁ ଗୁରୁତର ହେବାରୁ ରକ୍ଷା କରାଯାଇପାରିବ  । ତୃତୀୟ ଲହର ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି  । ଛୋଟ ପିଲାଙ୍କୁ ନେଇ ଏବେ ବାପାମା’ମାନେ ଚିନ୍ତାରେ ପଡ଼ିଯାଇଛନ୍ତି  ।

Powered by Froala Editor