ଢାବାର ଚାଲିଥିଲା ଡକାୟତି ଯୋଜନା.....  ଡକାୟତ ଦଳର ୪ ଗିରଫ, ବନ୍ଧୁକ, ଭୁଜାଲି ଜବତ

ଢାବାର ଚାଲିଥିଲା ଡକାୟତି ଯୋଜନା..... ଡକାୟତ ଦଳର ୪ ଗିରଫ, ବନ୍ଧୁକ, ଭୁଜାଲି ଜବତ

ରାଜ୍ୟ ଖବର

ରାଉରକେଲା:  ଢାବାରେ ଏକଜୁଟ ହୋଇଥିଲେ ଡକାୟତ। ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ୧୦ ନଂମ୍ବର ରାଜ୍ୟ ରାଜପଥର କୁନୁମୁର ନିକଟରେ  ଢାବାରେ ଚାଲିଥିଲା ଡକାୟତି ଯୋଜନା। ହେଲେ ଭଣ୍ଡୁର କରିଦେଲା ରାଜଗାଙ୍ଗପୁର ପୁଲିସ। ଡକାୟତି କରିବା ପୂର୍ବରୁ ୪ ଜଣଙ୍କୁ କାବୁ କରିନେଲେ। ରାଜଗାଙ୍ଗପୁର ପୁଲିସ ଦ୍ବାରା ପଣ୍ଡ ହୋଇଗଲା ଏକ ବଡ଼ ଧରଣର ଡକାୟତି ଉଦ୍ୟମ। ତେବେ ଘଟଣାସ୍ଥଳରୁ ୨ ଜଣ ଫେରାର ହୋଇଯିବାରେ ସଫଳ ହୋଇଛନ୍ତି। ସେମାନଙ୍କଠାରୁ ୨ ଦେଶୀ ବନ୍ଧୁକ, ଗୋଟିଏ ଭୁଜାଲି, ୨ଟି ବାଇକ୍, ଗୋଟିଏ ମୋବାଇଲ୍ ଓ ଲୁହା ରଡ୍ ଜବତ ହୋଇଛି। ଗିରଫ ହୋଇଥିବା ୪ ଅଭିଯୁକ୍ତ ହେଉଛନ୍ତି ପ୍ରକାଶ ଜୟପୁରିଆ, ପ୍ରମୋଦ ମାଝୀ, ମୁକେଶ କୁଜୁର ଓ ହୃଦାନନ୍ଦ ତନ୍ତୀ। ସମସ୍ତ ଡକାୟତ ପୂର୍ବରୁ ରାଜଗାଙ୍ଗପୁର ଏବଂ ବୀରମିତ୍ରପୁର ଥାନା ଅଞ୍ଚଳରେ ବହୁ ଡକାୟତି ମାମଲା ସହିତ ଜଡ଼ିତ ବୋଲି ପୁଲିସ କହିଛି।  କୁଚିଣ୍ଡା ୟୁନିୟନ ବ୍ୟାଙ୍କର ଏଟିଏମ୍ ଭ୍ୟାନରୁ ୩୫ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ସେମାନେ ସଂପୃକ୍ତ ଥିବା ରାଜଗାଙ୍ଗପୁର ଏସ୍ଡିପିଓ ଡା. ଶଶାଙ୍କ ଶେଖର ବେଉରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ସମସ୍ତ ଡକାୟତ ସୁନ୍ଦରଗଡ଼ର ଧରୁଆଡ଼ିହି ଏବଂ ସୁନ୍ଦରଗଡ଼ ଅଞ୍ଚଳର ବୋଲି ପୁଲିସି କହିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମରେ ରାଜଗାଙ୍ଗପୁର ଥାନାରେ ପୂର୍ବରୁ ୧୧ଟି ମାମଲା ରହିଛି। ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Powered by Froala Editor