ଲିଡ୍ସ: ଲର୍ଡସରେ ତଥା ଦ୍ବିତୀୟ ଟେଷ୍ଟରେ୍ ଭାରତର ରୋମାଞ୍ଚକର ବିଜୟ ପରେ ଭାରତୀୟ କ୍ରିକେଟ୍ ଦଳର କ୍ୟାପଟେନ୍ ବିରାଟ କୋହଲି ବିଜୟୀ ଦଳର ସଦସ୍ୟଙ୍କୁ ବଦଳାଇବା ସପକ୍ଷରେ ନାହାନ୍ତି। ତେବେ ଅଶ୍ବିନୀ କୁମାରଙ୍କ ଦଳକୁ ଫେରିବାର ବାଟ ଖୋଲା ଥିବା ସେ ପରୋକ୍ଷରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପୂଜାରାଙ୍କ ପରିବର୍ତ୍ତେ ସୂର୍ୟ୍ୟକୁମାର ଯାଦବଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟ ଆଶଙ୍କାରେ ରହିଛି। ତେବେ ପିଚ୍କୁ ଦେଖି ସ୍ପିନରଙ୍କ ପରିବର୍ତ୍ତନ ନେଇ ଚିନ୍ତା କରାଯାଇ ପାରେ ବୋଲି କୋହଲି କହିଛନ୍ତି। ତେବେ ବିରାଟ କହିଛନ୍ତି, ବର୍ତ୍ତମାନ ଖେଳୁଥିବା ଟିମ୍ ପରିବର୍ତ୍ତନ ନେଇ ତାଙ୍କ ପାଖରେ ବିଶେଷ କାରଣ ନାହିଁ। ଆମେ ଏହି ବିଜୟୀ ଦଳକୁ କୌଣସି ପ୍ରକାର ଅସମାନତା ଆଣିବାକୁ ଚାହୁଁନୁ। ତେବେ ପିଚ୍କୁ ଦେଖି ଅଶ୍ବିନୀଙ୍କ କଥା ଚିନ୍ତା କରାଯାଇ ପାରେ ବୋଲି ସେ କହିଛନ୍ତି। ସେହିପରି ଚେତେଶ୍ବର ପୂଜାରାଙ୍କ ଫର୍ମକୁ ଦେଖିଲେ ତାଙ୍କ ପରିବର୍ତ୍ତେ ସୂର୍ୟ୍ୟକୁମାର ଯାଦବଙ୍କୁ ସୁଯୋଗ ଦିଆଯାଉ ବୋଲି କ୍ରୀଡ଼ାପ୍ରେମୀ ମତ ରଖିଛନ୍ତି। ମାତ୍ର ବିରାଟଙ୍କ ମତରେ ସେମିତି କୌଣସି ସୂଚନା ମିଳୁ ନଥିବା ଜଣାପଡ଼ିଛି। ବୁଧବାରଠାରୁ ତୃତୀୟ ଟେଷ୍ଟ ଆରମ୍ଭ ହୋଇଛି। ଦ୍ବିତୀୟ ଟେଷ୍ଟ ବିଜୟ ପରେ ଭାରତୀୟ ଦଳର ଉତ୍ସାହ ଉଚ୍ଚରେ ରହିଛି।
Powered by Froala Editor
