ସୋରଡ଼ା: ଦଶମ ଶ୍ରେଣୀ ପରୀକ୍ଷାରେ ୬୮ % ନମ୍ବର ରଖି ଉତ୍ତୀଣ୍ଣ ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ। ପାଇଛନ୍ତି ‘ବି-୨’ ଗ୍ରେଡ। ଅଫ୍ଲାଇନ୍ ପରୀକ୍ଷା ଦଶମ ଶ୍ରେଣୀ ଫଳ ପ୍ରକାଶ ପାଇଥିବା ବେଳେ ଶ୍ରୀ ସ୍ୱାଇଁ ମୋଟ ୫୦୦ ମାର୍କରୁ ୩୪୦ ମାର୍କ ରଖିଛନ୍ତି । ବିଧାୟକ ପୂର୍ଣ୍ଣଚନ୍ଦ୍ର ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ଅଧୀନରେ ଦଶମ ଶ୍ରେଣୀ ପାଇଁ ଗତମାସ ୩୦ ତାରିଖରେ ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଅଫଲାଇନ ପରୀକ୍ଷା ଦେଇଥିଲେ । ଇଂରାଜୀ, ଓଡ଼ିଆ, ସାମାଜିକ ବିଜ୍ଞାନ, ଗୃହ ବିଜ୍ଞାନ ଓ ପେଣ୍ଟିଂ ପରୀକ୍ଷା ଦେଇଥିଲେ । ପେଣ୍ଟିଂ ବିଷୟରେ ସର୍ବାଧିକ ୮୫ ମାର୍କ ରଖିଥିବା ବେଳେ ଇଂରାଜୀରେ ସର୍ବନିମ୍ନ ୪୪ ମାର୍କ ରଖିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ସ୍ୱାଇଁ ଜଣେ ସାଧାରଣ ପରୀକ୍ଷାର୍ଥୀ ଭଳି ଦଶମ ପରୀକ୍ଷା ଦେଇ ଚର୍ଚ୍ଚାକୁ ଆସିଥିଲେ ।
Powered by Froala Editor
