ବଦଳିବ +୨ ପରୀକ୍ଷା ପଦ୍ଧତି, ବର୍ଷକୁ ଦୁଇଟି ଟର୍ମରେ ଦେବେ ପରୀକ୍ଷା, ଜାଣନ୍ତୁ କେମିତି?

ବଦଳିବ +୨ ପରୀକ୍ଷା ପଦ୍ଧତି, ବର୍ଷକୁ ଦୁଇଟି ଟର୍ମରେ ଦେବେ ପରୀକ୍ଷା, ଜାଣନ୍ତୁ କେମିତି?

ରାଜ୍ୟ ଖବର

ଭୁବନେଶ୍ୱର: ଯୁକ୍ତ୨ ପରୀକ୍ଷା ପଦ୍ଧତି ବଦଳିବ। ବର୍ଷକୁ ଦୁଇଟି ଟର୍ମରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।  ଏଥିସହ ଇଣ୍ଟରନାଲ ଆସେସମେଣ୍ଟ ମଧ୍ୟ କରାଯିବ । ଏହାଦ୍ୱାରା କରୋନା ଭଳି ମହାମାରୀ ସମୟରେ ପରୀକ୍ଷା ହୋଇ ନ ପାରିଲେ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଆପଣାଇବାକୁ ସହଜ ହେବ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ), ମାଧ୍ୟମିକ ଶିକ୍ଷା ପରିଷଦ (ବିଏସସି) ଢାଞ୍ଚା ଅନୁକରଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଯୋଜନା ପ୍ରସ୍ତୁତ କରିଛି । ଏନେଇ ଆସନ୍ତା ୨୬ ତାରିଖରେ ସିଏଚଏସଇ ଏକାଡେମିକ କମିଟି ବୈଠକ ଡକାଯାଇଛି । ଯେଉଁଥିରେ ପରିଷଦର ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ଏସସିଇଆରଟି ନିର୍ଦେଶକ, କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ସିଲାବସ କମିଟିର ଅଧ୍ୟକ୍ଷମାନେ ଯୋଗଦେବେ । ଅପରାହ୍ନରେ ବସିବାକୁ ଥିବା ଏହି ବୈଠକରେ ପ୍ରାଥମିକ ରୂପରେଖ ପ୍ରସ୍ତୁତ ହେବ । ୨୦୨୧-୨୨ ଶିକ୍ଷାବର୍ଷ ଆରମ୍ଭ ହୋଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ସିଲାବସର ରୂପରେଖ ପ୍ରସ୍ତୁତ ହୋଇପାରି ନାହିଁ । ସମ୍ପୂର୍ଣ୍ଣ ସିଲାବସରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ ନା ଗତବର୍ଷ ପରି ଏଥର ମଧ୍ୟ ୭୦% ସିଲାବସ ଆଧାରରେ ପାଠପଢ଼ା ହେବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହେବ । ସଦସ୍ୟମାନଙ୍କ ମତାମତ ଗ୍ରହଣ କରିବା ପରେ ସିଲାବସ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।


Powered by Froala Editor