କାବୁଲ : ଆଫଗାନିସ୍ତାନରେ ଗୁରୁତର ମାନବାଧିକାର ସଂକଟ ଦେଖାଯାଇଥିବା ଦେଇ କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେ ଅଭିଯୋଗ କରିଛନ୍ତି । ସାଲେ ଅଭିଯୋଗ କରିଛନ୍ତି ଯେ ତାଲିବାନ ମାନେ ବାଘଲାନ ପ୍ରଦେଶର ଆନ୍ଦରାବ ଉପତ୍ୟକାରେ ରହୁଥିବା ଲୋକଙ୍କ ଖାଦ୍ୟ ଯୋଗାଣ ବନ୍ଦ କରିଛନ୍ତି । ତାଲିବାନଙ୍କୁ ଆନ୍ଦରାବ ଉପତ୍ୟକାବାସୀ ପ୍ରତିରୋଧ କରିଥିବା ବେଳେ ସଂଗଠନ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି । ମଙ୍ଗଳବାର ସାଲେ କରିଛନ୍ତି ଯେ ଆନ୍ଦରାବକୁ ଖାଦ୍ୟ ଓ ଇନ୍ଧନ ଯୋଗାଣ ବନ୍ଦ କରାଯାଇଛି । ତାଲିବାନମାନେ ମହିଳା ଓ ଶିଶୁଙ୍କୁ ଅପହରଣ କରି ନେଉଥିବା ବେଳେ ଦୁଇ ଦିନ ହେଲା ଶହ ଶହ ମହିଳା ଓ ଶିଶୁ ଏହି ଉପତ୍ୟକାରେ ଆଶ୍ରୟ ନେଇଛନ୍ତି । ତାଲିବାନମାନେ ସ୍ୱଚ୍ଛନ୍ଦରେ ଏଣେତେଣେ ବୁଲାବୁଲି କରିବା ଓ ଘର ତଲାସ କରିବା ସମୟରେ ମହିଳା ଓ ଶିଶୁଙ୍କୁ ଜାଲ ଭାବେ ବ୍ୟବହାର କରୁଛନ୍ତି । ସାଲେହ କହିଛନ୍ତି ଯେ ତାଲିବାନଙ୍କ ସହିତ ବୁଝାମଣା ନିମନ୍ତେ କଥାବାର୍ତ୍ତା ଚାଲିଥିବା ବେଳେ ଏହାକୁ ବିରୋଧ ମଧ୍ୟ କରାଯାଇଛି ।
Powered by Froala Editor
