ପାକିସ୍ତାନ ଆମର ଦ୍ୱିତୀୟ ଘର: ଜାବିନୁଲ୍ଲା

ପାକିସ୍ତାନ ଆମର ଦ୍ୱିତୀୟ ଘର: ଜାବିନୁଲ୍ଲା

ବିଶେଷ ଖବର

କାବୁଲ: ପାକିସ୍ତାନକୁ ଦ୍ବିତୀୟ ଘର କହିଛି ତାଲିବାନ। ଆଫଗାନିସ୍ତାନରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିବା ଏହାର ମୁଖପାତ୍ର ଜାବିନୁଲ୍ଲା ମୁଜାହିଦ ଏପରି କହି ଭାରତର ଚିନ୍ତା ବଢ଼ାଇ ଦେଇଛନ୍ତି। ତାଲିବାନ ଏକ ଦୃଢ଼ ଓ ଇସଲାମ-ଭିତ୍ତିକ ସରକାର ଚାହୁଛି ଏବଂ ପାକିସ୍ତାନର ଏଥିପ୍ରତି ସମସ୍ତ ସହଯୋଗ ରହିଛି। ତାଲିବାନ ଭାରତ ସହ ମଧ୍ୟ ସୁସମ୍ପର୍କ ରଖିବାକୁ ଚାହାନ୍ତି ବୋଲି ଜାବୁନୁଲ୍ଲା କହିଛନ୍ତି। ତାଲିବାନ ମୁଖପାତ୍ର କହିଛନ୍ତି ଯେ, ପାକିସ୍ତାନ ଦ୍ୱିତୀୟ ଘର ପରି ହୋଇଥିବାରୁ ସଂପର୍କ ଅତି ନିବିଡ଼ ରହିଛି  । ସେମାନେ ପଡେ଼ାଶୀ ଦେଶ ସହ ବାଣିଜ୍ୟିକ ଓ ରଣନୈତିକ ସମ୍ପର୍କ ବୃଦ୍ଧି କରିବାକୁ ଚାହାନ୍ତି । ପାକିସ୍ତାନ ଆଫଗାନିସ୍ତାନର ସୀମାକୁ ଲାଗିଛି । ଧର୍ମ ବିଷୟକୁ ନେଇ ଦୁଇ ଦେଶ ପାରମ୍ପରିକ ଭାବେ ବନ୍ଧା । ଦୁଇ ଦେଶର ଲୋକମାନଙ୍କର ମଧ୍ୟ ପରସ୍ପର ସହ ସମ୍ପର୍କ ରହିଛି । ତେଣୁ ସେମାନେ ପାକିସ୍ତାନ ସହ ସମ୍ପର୍କ ଆହୁରି ବଢ଼ାଇବାକୁ ଚାହାନ୍ତି ବୋଲି ମୁଜାହିଦ କହିଛନ୍ତି। ତେବେ ତାଲିବାନଙ୍କ ଆଫଗାନିସ୍ତାନ ଦଖଲରେ ପାକିସ୍ତାନର ହାତ ନାହିଁ ଏବଂ ସେମାନେ ଆମ ବ୍ୟାପାରରେ ଆଦୌ ହସ୍ତକ୍ଷେପ କରିନାହାନ୍ତି ବୋଲି ମୁଜାହିଦ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେ ତାଲିବାନମାନେ ସାରା ଦେଶକୁ ନିଜ ନିୟନ୍ତ୍ରଣକୁ ଆଣି ସାରିଛନ୍ତି। 

Powered by Froala Editor