ନବୀନଙ୍କୁ ପ୍ରଶଂସା କଲେ ତାରା

ନବୀନଙ୍କୁ ପ୍ରଶଂସା କଲେ ତାରା

ରାଜନୀତି

ଭୁବନେଶ୍ବର: ଏପଟେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ଓ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କୁ ସମାଲୋଚନା, ସେପଟେ ନବୀନ ପଟ୍ଟନାୟକଙ୍କୁ ଭରପୂର ପ୍ରଶାଂସା। ରାତି ପାହିଲେ ନବୀନଙ୍କୁ ସମାଲୋଚନା କରୁଥିବା କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରାପ୍ରସାଦ ବାହିନୀପତି ନବୀନଙ୍କୁ କରିଛନ୍ତି ପ୍ରଶଂସା।  ଟୁଇଟ କରି ଲେଖିଛନ୍ତି, ଏସସିବିରେ ଏକମୋ ସେବା ସମ୍ପୂର୍ଣ୍ଣ ମାଗଣା। ପୂର୍ବ ଭାରତର ପ୍ରଥମ ଏକମୋ ଚିକିତ୍ସା ହେଉଥିବା ରାଜ୍ୟ ଭାବରେ ଓଡ଼ିଶାକୁ ପରିଚିତ କରାଇଥିବାରୁ ନବୀନ ବାବୁଙ୍କୁ ଅନେକ ଅନେକ ଧନ୍ୟବାଦ। ଏହା ଅନେକ ଲୋକଙ୍କ ପାଇଁ ବରଦାନ ପ୍ରମାଣିତ ହେବ। ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବରୁ ତାରା କରୋନାରେ ଗୁରୁତର ହୋଇ ଚିକିତ୍ସା ପାଇଁ ହାଇଦ୍ରାବାଦ ଯାଇଥିଲେ। ତେଣୁ କୋଭିଡ ସମୟରେ ଏକମୋ ଚିକିତ୍ସା କେତେ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି। ଅପରପକ୍ଷେ, ପିସିସି ପରିବର୍ତ୍ତନ ପାଇଁ ଅଡି ବସିଥିବା ତାରାଙ୍କ ମୁହଁରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।


Powered by Froala Editor