ଜଗନ୍ନାଥ ଦର୍ଶନ ସାରି ଫେରୁଥିଲେ, ବାଟରେ ଦଳିଦେଲା ହାତୀ

ଜଗନ୍ନାଥ ଦର୍ଶନ ସାରି ଫେରୁଥିଲେ, ବାଟରେ ଦଳିଦେଲା ହାତୀ

ରାଜ୍ୟ ଖବର

ସୁନ୍ଦରଗଡ଼: ପରିବାର ସହ ସୁନ୍ଦରଗଡ଼ ଆସି ଜଗନ୍ନାଥ ମନ୍ଦିର ଓ ସମଲେଇ ମନ୍ଦିରରେ ଦର୍ଶନ ସାରି ଚାଲି ଚାଲି ଘରକୁ ଫେରୁଥିଲେ। ରାତି କେନ୍ଦୁପତ୍ର ଗୋଦାମ ପିଣ୍ଡାରେ ଆଶ୍ରୟ ନେଇଥିଲେ। ରାତିରେ ରୋଷେଇ କରି ଖାଇପିଇ ଶୋଇଥିବା ଵେଳେ ସକାଳୁ ଉଠି ଗାଁକୁ ଯାଇଥାନ୍ତେ। କିନ୍ତୁ ଭୋରରୁ ଶୌଚ ପାଇଁ ନାଳକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଥିଲେ। ଘଟଣାସ୍ଥଳରେ ମହିଳାଙ୍କୁ ଦଳି ମାରି ଦେଇଥିଲା ଜଙ୍ଗଲୀ ହାତୀ। ଖବର ପାଇ ଵନାଞ୍ଚଳ ଅଧିକାରୀ ବିଜୟ କୁମାର ପ୍ରଧାନ, ରାଉଲଡେଗା ବନପାଳ ମିତ୍ରଭାନୁ ପଟେଲ, ବନରକ୍ଷୀ ଗାମାଚରଣ ନାଏକ ପହଞ୍ଚି ଶଵକୁ ଉଦ୍ଧାର କରି ବ୍ୟଵଚ୍ଛେଦ ପାଇଁ ପଠାଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଉଲଡେଗା ସେକ୍ସନ ଘୋଘରଠାରେ ଘଟିଛି ଏହି ଘଟଣା। ସୋମବାର ଭୋର ସମୟରେ ଘଟିଥିବା ଏହି ଅଘଟଣରେ ବିଲାଇ ବାଇ (୪୫) ନାମକ ମହିଳାଙ୍କ ମୃତ୍ୟୁ ହୋଇଛି। ସେ ଶୌଚ ପାଖ ନାଳକୁ ଯାଇଥିବା ଵେଳେ  ହାତୀ ଆକ୍ରମଣର ଶିକାର ହୋଇଥିଲେ। ତାଙ୍କ ଘର  ଛତିଶଗଡ଼ ସୁରୁଗୁଡା ଜିଲ୍ଲା ଅନ୍ତର୍ଗତ ସୀତାପୁର ଥାନା ବିଷ୍ନୁପୁର। 

Powered by Froala Editor