କାନ୍ଦିଲେ ମାନସିକ ଶାନ୍ତି ମିଳିଥାଏ । କାନ୍ଦିବା ସମୟରେ ଶରୀରରେ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍ ଓ ଲ୍ୟୁସିନ୍ ନାମକ ହରମୋନ୍ କ୍ଷରଣ ହୋଇଥାଏ । ବିଜ୍ଞାନରେ ଏହାକୁ ଷ୍ଟ୍ରେସ୍ ହରମୋନ୍ କୁହାଯାଇଥାଏ। ଏହାଦ୍ୱାରା ମାନସିକ ଚାପରୁ ମୁକ୍ତି ମିଳିଥାଏ। ସାଧାରଣତଃ କାନ୍ଦିବା ଦ୍ୱାରା ଆଖିରେ ଥିବା ମଇଳା ବାହାରି ଆସେ । ଲୁହରେ ଲାଇସୋଜାଇମ୍ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥ ରହିଥାଏ। ଏହା ଅପକାରୀ ବ୍ୟାକ୍ଟେରିଆକୁ ନଷ୍ଟ କରେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। କାନ୍ଦିବା ଯୋଗୁ ମନ ହାଲକା ହେବା ଦ୍ୱାରା ନୂଆ ଚିନ୍ତାଧାରା ସୃଷ୍ଟି ହୁଏ । କାନ୍ଦିବା ଦ୍ୱାରା ବ୍ୟକ୍ତିତ୍ୱ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ ବୋଲି ଅନେକ କୁହନ୍ତି। ମାତ୍ର ଏହାଦ୍ୱାରା ମନର ବୋଝ କମେ ନାହିଁ। ଫଳରେ ରକ୍ତଚାପ ସ୍ବାଭାବିକ ହୋଇ ହାର୍ଟ ଆଟାକ୍ ସମସ୍ୟା ଦୂର ହୋଇଥାଏ।
