ମୃତ୍ୟୁ ପରେ ‘ରାମ ନାମ ସତ୍ୟ ହେ’ କାହିଁକି କୁହାଯାଏ ?

ମୃତ୍ୟୁ ପରେ ‘ରାମ ନାମ ସତ୍ୟ ହେ’ କାହିଁକି କୁହାଯାଏ ?

ବିଶେଷ ଖବର

ଜନ୍ମ ଓ ମୃତ୍ୟୁ, ଏହି ଦୁଇଟି ଜିନିଷ ହିଁ ଦୁନିଆରେ ଶାଶ୍ବତ ସତ୍ୟ ଯାହାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ । ଯଦି କାହାର ଜନ୍ମ ହୋଇଥାଏ ତେବେ ମୃତ୍ୟୁ ନିଶ୍ଚିତ । ସେହିପରି ମୃତ୍ୟୁ ପରେ ପୁଣି ଥରେ ନୂଆ ଶରୀର ମିଳିବ ଏହା ମଧ୍ୟ ସତ୍ୟ । ତେବେ ଶବଯାତ୍ରା ସମୟରେ ଆପଣମାନେ ‘ରାମ ନାମ ସତ୍ୟ ହେ’ କହୁଥିବାର ନିଶ୍ଚୟ ଶୁଣିଥିବେ । କିନ୍ତୁ ଏହା କୌଣସି ଖୁସି ମୁହୂର୍ତ୍ତରେ କୁହାଯାଏ ନାହିଁ । ତେବେ ଜାଣନ୍ତୁ ଏହା ପଛର କାରଣ କଣ ? ଜୀବକୁ ମୁକ୍ତି : କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ରାମ ନାମ ସତ୍ୟ ହେ କୁହାଯାଏ । ଏହାର ଅର୍ଥ ହେଉଛି ଏବେ ଏହି ବ୍ୟକ୍ତିଙ୍କୁ ମୁକ୍ତି ମିଳିଯାଇଛି । ଏବେ ଆତ୍ମା ଏହି ସଂସାର ଚକ୍ରରୁ ସ୍ବାଧୀନ ହୋଇଯାଇଛି । ଆଉ ସାଂସାରିକ ମୋହମାୟାରେ ନାହିଁ । ଶକ୍ତିର ଅଭିବ୍ୟକ୍ତି : ରାମ ନାମ ସତ୍ୟ ହେ ଅର୍ଥାତ୍ ସତ୍ୟ ଭଗବାନ୍ ରାମଙ୍କ ନାମ । ଏଠାରେ ସର୍ବୋଚ୍ଚ ଶକ୍ତିର ଅଭିବ୍ୟକ୍ତି କରିବା ପାଇଁ ବାହାରିଥାଏ । ଏହି ସମୟରେ ମୃତ ଶରୀରର କୌଣସି ଅର୍ଥ ରହିଯାଇନଥାଏ । ଆତ୍ମା ସବୁକିଛି ଛାଡି ଭଗବାନଙ୍କ ନିକଟକୁ ଚାଲିଯାଇଥାଏ । ଆଉ ଏହା ହିଁ ପରମ ସତ୍ୟ । ଅନ୍ୟମାନଙ୍କ ପାଇଁ ଏହି ଜପ : ଜାଣି ଆଶ୍ଚର୍ଯ୍ୟ ହେବେ ଶବ ଯାତ୍ରା ସମୟରେ ରାମ ନାମ ସତ୍ୟ ହେ ମୃତ ବ୍ୟକ୍ତିଙ୍କୁ ନୁହେଁ ଅନ୍ୟ ମାନଙ୍କୁ ଶୁଣାଇବା ପାଇଁ କୁହାଯାଇଥାଏ । କାରଣ ଜନ୍ମ ହୋଇଛେ ମାନେ ଦିନେ ନା ଦିନେ ଦୁନିଆରୁ ଯିବାକୁ ପଡିବ । ଆଉ ଏହା ମଧ୍ୟରେ ଗୋଟିଏ ଜିନିଷ ସତ୍ୟ ତାହା ହେଲା ରାମ ନାମ । ତେଣୁ ଏହି ନାଁ କୁ କେବେ ଭୁଲିବା ଅନୁଚିତ୍ । ଏହି ସଂସାରକୁ ଆସିଥିବା ବ୍ୟକ୍ତିକୁ ଦିନେ ନା ଦିନେ ଫେରିଯିବାକୁ ପଡିବ । ସବୁ କିଛି ଏକ ଭ୍ରମ : ଏହି ମନ୍ତ୍ରକୁ ଜପ କରିବା ଦ୍ବାରା ଅନୁଭବ ହୋଇଥାଏ ଯେ ବ୍ୟକ୍ତି ଜଣକ ଦୁନିଆ ଛାଡି ଭଗବାନଙ୍କ ନିକଟକୁ ଚାଲିଯାଇଛି । ଯେଉଁଥିରୁ ସ୍ପଷ୍ଟ ହୋଇଥାଏ ଭଗବାନଙ୍କୁ ଛାଡି ଅନ୍ୟ ସବୁକିଛି ଏକ ଭ୍ରମ । ପରିଜନଙ୍କୁ ଶାନ୍ତି : କିଛି ଲୋକଙ୍କ ବିଶ୍ବାସ, ଏହା ଜପ ଦ୍ବାରା ମୃତକଙ୍କ ପରିଜନଙ୍କୁ ମାନସିକ ଶାନ୍ତି ମିଳିଥାଏ । କାରଣ ପ୍ରିୟ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିଜନ ଦୁଃଖ ଏବଂ ବେଦନାରେ ବୁଡି ଯାଇଥାନ୍ତି । ଯାହା ଫଳରେ ରାମ ନାମ ସତ୍ୟ ହେ ଜପ ଦ୍ବାରା ସଂସାର ବ୍ୟର୍ଥ ବୋଲି ସେମାନଙ୍କ ଭିତରେ ଅନୁଭବ ହୋଇଥାଏ ।