ଜଳାଶୟ ପାଖରେ ପେଟ୍ରୋଲ ପମ୍ପ ମନା

ଜଳାଶୟ ପାଖରେ ପେଟ୍ରୋଲ ପମ୍ପ ମନା

ଜାତୀୟ ଖବର


ଭୁବନେଶ୍ୱର: ଜଳାଶୟର ୫୦ ମିଟର ମଧ୍ୟରେ ପେଟ୍ରୋଲ ପମ୍ପ ହୋଇପାରିବ ନାହିଁ। ଦେଶରେ ବଢ଼ୁଥିବା ଭୂତଳ ଜଳ ପ୍ରଦୂଷଣକୁ ନଜରରେ ରଖି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ନେଇ ସିପିସିବି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇ ଓଡ଼ିଶା ସମତେ ଦେଶର ସମସ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଗୁଡିକୁ ପଠାଯାଇଛି । ଯେତେ ଶୀଘ୍ର ସମ୍ଭବ, ଏହାକୁ କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ପରାମର୍ଶ ଦିଆଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡମାନଙ୍କୁ ସିପିସିବି ପକ୍ଷରୁ ପଠାଯାଇଥିବା ସଂଶୋଧିତ ମାର୍ଗଦର୍ଶିକାରେ କୁହାଯାଇଛି ଯେ ଜଳାଶୟର ୫୦ ମିଟରରୁ କମ ଦୂରତାରେ ପେଟ୍ରୋଲ ପମ୍ପ ବସାଯିବା ଦ୍ୱାରା ଭୂତଳ ଜଳ ପ୍ରଦୂଷଣ ହେଉଥିବା ନେଇ ଆକଳନ କରାଯାଇଥିଲା । ଏଥିପାଇଁ ମଧ୍ୟ ଜନମତ ଲୋଡା ଯାଇଥିଲା । ଜନସାଧାରଣଙ୍କ ଠାରୁ ମିଳିଥିବା ମତାମତକୁ ବିଶେଷଜ୍ଞ କମିଟିକୁ ପଠାଇ ମାର୍ଗଦର୍ଶିକାରେ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦେଇଥିଲା । ଉକ୍ତ ମାର୍ଗଦର୍ଶିକାକୁ ସଂଶୋଧନ କରି ସିପିସିବି ପକ୍ଷରୁ ରାଜ୍ୟଗୁଡ଼ିକୁ ଆଦେଶ ଜାରି କରାଯାଇଛି। ସ୍ଥାପନ ହେବାକୁ ଥିବା ପେଟ୍ରୋଲ ପମ୍ପ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି।

Powered by Froala Editor