ଭୁବନେଶ୍ବର: ଆସନ୍ତା ୬ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିବ। ଛାତ୍ରଛାତ୍ରୀଙ୍କ ଅଫଲାଇନରେ କ୍ଲାସ ହେବ। କୋଭିଡ କଟକଣା ପାଳନ କରି ଶିକ୍ଷାନୁଷ୍ଠାନ ଖୋଲିବାକୁ ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି । ପୂର୍ବରୁ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍ ରୁମ୍ ପାଠପଢା ହେଉଥିଲା । ତେବେ ୬ତାରିଖରୁ ସମସ୍ତ ବର୍ଷ ପିଲାଙ୍କ ପାଇଁ ପାଠପଢା ସ୍ବାଭାବିକ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ଅଜୟ କୁମାର ନାୟକ ବୈଷୟିକ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି । ୫ତାରିଖରୁ ଖୋଲାଯିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ହଷ୍ଟେଲ। କ୍ଳାସ ରୁମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାଇ ରଖିବା ଆବଶ୍ୟକ । ସାନିଟାଇଜ କରିବା ସହ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଯେଉଁ ମାନଙ୍କର କୋଭିଡ ଲକ୍ଷଣ ଦେଖିବାକୁ ମିଳିବ ତାଙ୍କୁ ଅଲଗା ଗୃହରେ ରଖାଯିବ। କଲେଜ କ୍ୟାମ୍ପସରେ ଏକାଧିକ ଛାତ୍ରଛାତ୍ରୀ ଏକାଠି ହୋଇପାରିବେ ନାହିଁ ।ବୈଷେୟିକ ଶିକ୍ଷା ବିଭାଗ ଅଧୀନରେ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ କଲେଜ, ପଲିଟେକନିକ, ଡିପ୍ଲୋମା, ଆଇଟିଆଇ ଶିକ୍ଷାନୁଷ୍ଠାନ, ୟୁଜି, ପିଜି, ଡିପ୍ଲୋମା ପିଲାଙ୍କ ପାଇଁ କ୍ଲାସରୁମ ପାଠପଢା ଆରମ୍ଭ ହେବ ।
Powered by Froala Editor
