ପଞ୍ଚାୟତ ନିର୍ବାଚନ: ୨୭% ସଂରକ୍ଷଣ ଘୋଷଣା ଯୋଗୁଁ ବିଜେପି ଭୟଭୀତ: ବିଜେଡ଼ି

ପଞ୍ଚାୟତ ନିର୍ବାଚନ: ୨୭% ସଂରକ୍ଷଣ ଘୋଷଣା ଯୋଗୁଁ ବିଜେପି ଭୟଭୀତ: ବିଜେଡ଼ି

ରାଜନୀତି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିଜେଡି ଦଳୀୟ ପ୍ରାର୍ଥୀଙ୍କ ଲାଗି ୨୭% ସଂରକ୍ଷଣ ଘୋଷଣା କରିବା ପରେ ଓଡ଼ିଶା ବିଜେପି ଭୟଭୀତ ଓ ଚିନ୍ତିତ ଜଣାପଡ଼ୁଛି ବୋଲି ବିଜେଡି ପ୍ରବକ୍ତା ଇପ୍ସିତା ସାହୁ କହିଛନ୍ତି । ବିଜେପି ସାମ୍ବାଦିକ ସମ୍ମିଳନୀରେ ଜବାବ ଦେଇ ସୁଶ୍ରୀ ସାହୁ କହିଛନ୍ତି ଯେ, ଲୋକଙ୍କୁ ମିଛ କହିବା ବଦଳରେ ଓଡ଼ିଶା ବିଜେପି ନିଜ ଦଳକୁ ୫୦% ସଂରକ୍ଷଣର ସୀମା ହଟାଇବା ପାଇଁ ଏକ କେନ୍ଦ୍ରୀୟ ଆଇନ ଆଣିବାକୁ କହିବା ଉଚିତ । ଯାହା ଦ୍ୱାରା ଓଡ଼ିଶା ପଛୁଆ ବର୍ଗଙ୍କୁ ୨୭% ସଂରକ୍ଷଣ ପ୍ରଦାନ କରିପାରିବ । ଏ ନେଇ ବିଜେଡି ବାରମ୍ବାର ଦାବି କରିଆସୁଛି । ଓଡ଼ିଶା ବିଜେପି ଏଠାରେ କୁମ୍ଭୀର କାନ୍ଦଣା କାନ୍ଦିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କୁ ଜାତିଭିତ୍ତିକ ଜନଗଣନା କଥା ପଚାରିବା ଉଚିତ । ବିହାର ବିଜେପି ମୁର୍ଖ ନୁହେଁ ଯେ ସେମାନେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଏକ ପ୍ରତିନିଧି ଦଳ ସହିତ ଯାଇ ଜାତି ଭିତ୍ତିକ ଜନଗଣନା ସହିତ ସଂରକ୍ଷଣ ସୀମା ହଟାଇବାକୁ ଦାବି କରିଥିଲେ । ଓଡ଼ିଶାର ଲୋକମାନେ, ବିଶେଷ କରି ଓବିସି ସମ୍ପ୍ରଦାୟ ଓଡ଼ିଶା ବିଜେପିର ଏପରି ମିଥ୍ୟା, ଭିତ୍ତିହୀନ ତଥା ଭ୍ରମିତ କରିବା ଭଳି ବିବୃତ୍ତି ବିଷୟରେ ଭଲ ଭାବରେ ଅବଗତ ଅଛନ୍ତି ଏବଂ ଆଗାମୀ ଦିନରେ ଏହାର କଡ଼ା ଜବାବ ଦେବେ ବୋଲି ଇପସିତା କହିଛନ୍ତି ।


Powered by Froala Editor