କୋଭିଡ୍ ଯୋଗୁଁ ଯିବ ପ୍ରଧାନମନ୍ତ୍ରୀ ପଦ, ଜାଣନ୍ତୁ କେଉଁ ଦେଶ, କ’ଣ କାରଣ

କୋଭିଡ୍ ଯୋଗୁଁ ଯିବ ପ୍ରଧାନମନ୍ତ୍ରୀ ପଦ, ଜାଣନ୍ତୁ କେଉଁ ଦେଶ, କ’ଣ କାରଣ

ବିଶେଷ ଖବର

ଟୋକିଓ: ଶେଷରେ କୋଭିଡ୍ ପାଇଁ ଏକ ଦେଶର ପ୍ରଧାନମନ୍ତ୍ରୀ ଆସନ ଟଳମଳ ଅବସ୍ଥାକୁ ଆସିଯାଇଛି। ତାଙ୍କ ସ୍ଥାନରେ ଦଳ ପକ୍ଷରୁ ନୂଆ ନେତା ବାଛିବା କାମ ଆରମ୍ଭ ହୋଇଛି। ଜାପନାରେ ଦେଖିବାକୁ ମିଳିଛି ଏହି ଘଟଣା। ମହାମାରୀ ପରିଚାଳନାରେ ବିଭ୍ରାଟକୁ ନେଇ ସରକାରଙ୍କ ଜନପ୍ରିୟତାର ରେଟିଂ ୩୦ ପ୍ରତିଶତ ତଳକୁ ଖସିଯିବାରୁ ପ୍ରଧାନମନ୍ତ୍ରୀ ୟୋଶିହିତେ ସୁଗା ଶୁକ୍ରବାର ଘୋଷଣା କରିଥିଲେ ଯେ, ସରକାରୀ ଦଳ ଲିବରାଲ ଡେମୋକ୍ରାଟିକ ପାର୍ଟି (ଏଲଡିପି) ର ସେ ଆଉ ନେତା ହୋଇ ରହିବେ ନାହିଁ । ତେବେ ଏଯାବତ ନୂଆ ନେତା କିଏ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଦଳର ଆଉ ଅଧିକ କ୍ଷତି ହେବାକୁ ନ ଦେଇ ସୁଗା ଇସ୍ତଫା ଦେବାକୁ ଦେବେ ଏବଂ ଦଳର ଜଣେ ଦକ୍ଷ ନେତାଙ୍କୁ ପ୍ରଧାନମନ୍ତ୍ରୀ ଆସନରେ ବସାଇବାର ବ୍ୟବସ୍ଥା କରିବେ । ସେପ୍ଟେମ୍ବର ୨୯ରେ ହେବାକୁ ଥିବା ଦଳୀୟ ନେତା ନିର୍ବାଚନରେ ସୁଗା ଭାଗ ନେବେ ନାହିଁ ବୋଲି ଘୋଷଣା କରିଛନ୍ତି ।


Powered by Froala Editor