ପ୍ୟାରିସ : ଡାକ୍ତରଙ୍କ ତ୍ରୁଟି ପାଇଁ ଦୀର୍ଘ ୪୦ ବର୍ଷ ଧରି କୋମାରେ ଥିବା ଫୁଟ୍ବଲ୍ ଖେଳାଳି ଜିନ୍-ପିଏରେ-ଆଡାମ୍ସଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଜର୍ମାନିର ପ୍ରସିଦ୍ଧ ରକ୍ଷଣଭାଗ ଫୁଟ୍ବଲ୍ ଖେଳାଳି ଆଡାମ୍ସ ମାତ୍ର ୩୩ ବର୍ଷ ବେଳେ ଡାକ୍ତରଙ୍କ ତ୍ରୁଟି ପାଇଁ କୋମାକୁ ଚାଲି ଯାଇଥିଲେ। ୧୯୮୨ ମସିହାର ଏହି ବିବାଦୀୟ ଏବଂ ମର୍ମନ୍ତୁଦ ଅଘଟଣ ସମଗ୍ର ଫୁଟବଲ୍ ଜଗତକୁ ଦୋହଲାଇ ଦେଇଥିଲା । ଏକ ସାଧାରଣ ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲା ବେଳେ ଡାକ୍ତର ଭୁଲ ବଶତଃ ତାଙ୍କୁ ମାତ୍ରାଧିକ ଡୋଜର ନିଶ୍ଚେତକ ଦେଇଥିଲେ । ଫଳରେ ମସ୍ତିଷ୍କାଘାତର ଶିକାର ହୋଇ ଚେତା ହରାଇଥିଲେ ଏହି ପ୍ରତିଭାବାନ ତାରକା । ତାଙ୍କର କ୍ରୀଡ଼ା ଜୀବନ ଅକାଳରେ ଶେଷ ହୋଇଯାଇଥିଲା । ଆଡାମ୍ସ ସତୁରୀ ଦଶକରେ ଫ୍ରାନ୍ସ ପକ୍ଷରୁ ୨୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ମାରିଅସ୍ ଟ୍ରେସର ଓ ତାଙ୍କ ଯୋଡ଼ିକୁ ସେମାନଙ୍କ ବଳିଷ୍ଠ ରକ୍ଷଣାତ୍ମକ ଫୁଟବଲ୍ କଳା କୌଶଳ ପାଇଁ ‘ଦି ବ୍ଲାକ୍ ଗାର୍ଡ’ର ଉପାଧି ମିଳିଥିଲା ।
Powered by Froala Editor
