ନନ୍ଦନକାନନ ସିଂହ ସଫାରୀରେ ଫସିଲା ବସ

ନନ୍ଦନକାନନ ସିଂହ ସଫାରୀରେ ଫସିଲା ବସ

ରାଜ୍ୟ ଖବର

ଭୁବନେଶ୍ବର: ନନ୍ଦନକାନନ ସିଂହ ସଫାରିରେ ଘଟିଯାଇଛି ଭୟଙ୍କର ଘଟଣା। ୨୨ ପର୍ୟ୍ୟଟକଙ୍କ ବସ୍ ଚାରିପାଖରେ ଘେରି ଯାଇଥିଲେ ସିଂହ। ସମସ୍ତେ ଭୟରେ ଥରହର ହେଉଥିଲେ। ପ୍ରାୟ ୩୫ ମିନିଟ୍ କାଳ ମୋନଙ୍କୁ ଏମିତି ଭୟଭୀତ ଅବସ୍ଥାରେ ରହିବାକୁ ହେଲା। ଶେଷରେ ନନ୍ଦନାକନନ କର୍ତୃପକ୍ଷ ଆଉ ଏକ ବସ୍ ପଠାଇ ପର୍ୟ୍ୟଟକଙ୍କୁ ଉଦ୍ଧାର କରିଥିଲେ। ଘଟଣାଟି ଥିଲା ଏମିତି  ବୁଧବାର ପୂର୍ବାହ୍ନ ୧୦ଟା ୪୫ରେ ୨୨ ଜଣ ପର୍ୟ୍ୟଟକଙ୍କୁ ଧରି ସଫାରିର ଏକ ବସ୍ ସିଂହ ସଫାରି ବୁଲାଇବାକୁ ବାହାରିଥିଲା।  ସଫାରି ମଧ୍ୟରେ ବସ୍ଟି ଅଚଳ ହୋଇ ପଡ଼ିଥିଲା। କାଦୁଅ ଭିତରେ ସକ ଫସି ଯାଇ ଆଉ ଉଠି ପାରି ନଥିଲା। ବସଟି ସିଂହଙ୍କ ମଝିରେ ୩୫ ମିନିଟ କାଳ ଅଟକି ରହିଥିଲା। ବସରେ ଥିବା ୨୨ ପର୍ୟ୍ୟଟ କଭୟଭୀତ ଅବସ୍ଥାରେ ଥିବାବେଳେ ଡ୍ରାଇଭର୍ ସୂଚନା ଦେବାରୁ ନନ୍ଦନକାନନ କର୍ତ୍ତୃପକ୍ଷ ଆଉ ଏକ ବସ ପଠାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ।  ପରେ ଜେସିବି ମେସିନ୍ ପଠାଇ ଫସିରହିଥିବା ବସଟିକୁ ୩ ଘଣ୍ଟା ପରେ ଅଣାଯାଇଥିଲା।। ୨୦୧୮ ଜାନୁଆରି ୮ ତାରିଖରେଏଭଳି ସିଂହ ସଫାରି ମଧ୍ୟରେ ଏକ ବସ ଫସିରହିଥିଲା। କର୍ତ୍ତୃପକ୍ଷ ସିଂହ, ବାଘ ଓ ଭାଲୁମାନଙ୍କ ଭଳି ହିଂସ୍ର ଜନ୍ତୁଙ୍କୁ ରଖାଯାଇଥିବା ସଫାରିରେ ମୋରମ ରାସ୍ତାକୁ ନିୟମିତ ବ୍ୟବଧାନରେ ମରାମତି କରୁ ନଥିବାରୁ ଏଭଳି ଅଘଟଣ ଘଟୁଥିବା ପର୍ୟ୍ୟଟକମାନେ ଅଭିଯୋଗ କରିଛନ୍ତି।

Powered by Froala Editor