ନୂଆଦିଲ୍ଲୀ : ପୁଣି ଆଗତ ହେବ ତିନି ତଲାକ ବିଲ୍ । ତତ୍କାଳ ତିନି ତଲାକ ପ୍ରଥାକୁ ନିଷିଦ୍ଧ କରିବା ପାଇଁ ସରକାର ପୁଣି ପାର୍ଲାମେଣ୍ଟରେ ବିଲ୍ ଆଗତ କରିବେ । ଆଇନ୍ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ତିନି ତଲାକ ପ୍ରସଙ୍ଗ ତାଙ୍କ ପାର୍ଟିର ଇସ୍ତାହାରରେ ଥିଲା ।ଗତମାସରେ ଷାଡଶ ଲୋକସଭାର କାର୍ଯ୍ୟକାଳ ସମାପ୍ତ ହେବାପରେ ତିନି ତଲାକ ନିଷିଦ୍ଧ ବିଧେୟକ ମଧ୍ୟ ଅକାମୀ ହୋଇଯାଇଥିଲା ,ଯେହେତୁ ଏହା ରାଜ୍ୟସଭାରେ ଗୃହୀତ ହୋଇନଥିଲା । ବିରୋଧୀ ଦଳଗୁଡିକ ଏହି ବିଧେୟକର କେତେକ ନିୟମକୁ ଆରମ୍ଭରୁ ବିରୋଧ କରିଆସୁଛନ୍ତି । ତେଣୁ ରାଜ୍ୟସଭାରେ ବିଲଟି ଗୃହୀତ ହୋଇପାରିନଥିଲା । ମୁସଲମାନ ମହିଳା ବିବାହ ସୁରକ୍ଷା ଅଧିକାର ବିଲରେ ତିନି ତଲାକ ପ୍ରଥାକୁ ଅବୈଧ ଓ ଅଣସାମ୍ବିଧାନିକ ବୋଲି ଦର୍ଶାଯାଇଥିଲା। ଏହି ଆଇନ୍ ଅଧୀନରେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶର ବ୍ୟବସ୍ଥା ରହିଛି।
