ଏହି କାରଣରୁ ହୋଇଥାଏ ମୁଣ୍ଡବିନ୍ଧା

ଏହି କାରଣରୁ ହୋଇଥାଏ ମୁଣ୍ଡବିନ୍ଧା

ସ୍ୱାସ୍ଥ୍ୟ ହିଁ ସମ୍ପଦ

ବର୍ତ୍ତମାନ ସମୟ ଏମିତି ହୋଇଛି ଯେ ମଣିଷକୁ ଟିକେ ଫୁରସତ ମିଳୁନି। ଏକପ୍ରକାର ଚାପଗ୍ରସ୍ତ ଜୀବନ ବିତାଉଛି। ଏପରି ଧାଁ ଧପଡ଼ ଜୀବନରେ ଚାପଯୁକ୍ତ ଜୀବନରେ ମୁଣ୍ଡବ୍ୟଥା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି । କାମରେ ବ୍ୟସ୍ତ ରହୁଥିବାରୁ ଲୋକମାନେ ମୁଣ୍ଡବିନ୍ଧା ଭଳି ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଇନଥାନ୍ତି । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ସେମାନଙ୍କୁ ଅସୁବିଧାରେ ପକାଇଥାଏ । ଏହି ମୁଣ୍ଡ ବିନ୍ଧାର ଅନେକ କାରଣ ରହିଛି । 

-ମୁଣ୍ଡବିନ୍ଧା ଷ୍ଟ୍ରୋକ ହେବାର ପୂର୍ବ ଲକ୍ଷଣ ହୋଇଥାଏ । ଏହି ସମସ୍ୟା ହେବାକୁ ଥିଲେ ଆରମ୍ଭରୁ ମୁଣ୍ଡ ଜୋରରେ ବିନ୍ଧା ହୋଇଥାଏ । ପରେ ବାନ୍ତି ହେବା, ଭୋକ ନହେବା ଭଳି ସମସ୍ୟା ଦେଖାଯାଇଥାଏ । ଯେତେବେଳେ ମସ୍ତିଷ୍କର କୌଣସି ଅଂଶରୁ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇ ନଥାଏ,ସେତେବେଳେ ଷ୍ଟ୍ରୋକ ଭଳି ସମସ୍ୟା ଦେଖାଯାଇଥାଏ । ପ୍ରତିଦିନ ମୁଣ୍ଡବିନ୍ଧା ହେବା ଏବଂ ବିନା ଔଷଧରେ ଭଲ ନହେବା ଭଳି ସମସ୍ୟା ମାଇଗ୍ରେନର ଲକ୍ଷଣ ହୋଇଥାଏ । ଏହି ସମସ୍ୟା ହେଲେ ମୁଣ୍ଡର ଏକ ଭାଗରେ ଜୋରରେ କମ୍ପନ ହେଉଥିବା ଭଳି ଅନୁଭବ ହୋଇଥାଏ । ଶରୀରରେ ଜଳୀୟଅଂଶ କମ ହେଲେ ମଧ୍ୟ ମୁଣ୍ଡବିନ୍ଧା ଭଳି ସମସ୍ୟା ଦେଖାଯାଇଥାଏ । କେବଳ ଖରାଦିନେ ନୁହେଁ । ବରଂ ଶୀତଦିନେ ମଧ୍ୟ ଶରୀରକୁ ଅଧିକ ପାଣି ଦରକାର ହୋଇଥାଏ । ଯାହା ପାଇଁ ପ୍ରତିଦିନ ଏବଂ ପ୍ରତି ଋତୁରେ ଅତି କମରେ ୮-୧୦ଗ୍ଲାସ ପାଣି ପିଇବା ଉଚିତ୍ । 


Powered by Froala Editor