ଭୁବନେଶ୍ୱର: ଓଡ଼ିଶାର ଝିଅ ପ୍ରତିଭା ମହାପାତ୍ରଙ୍କୁ ଆଡୋବ ଇଣ୍ଡିଆର ପରିଚାଳନା ନିର୍ଦେଶିକା ଭାବେ ନିଯୁକ୍ତ କରାଯାଇଛି। ଆଡୋବ୍ ହେଉଛି ଏକ ଆମେରିକୀୟ ପ୍ରଯୁକ୍ତି କଂପାନି। ଆଡୋବ ଇଣ୍ଡିଆ ହେଉଛି ତାହାର ଭାରତୀୟ ଶାଖା। ପ୍ରତିଭା ନିଜ ନୂଆ ପଦରେ କଂପାନିର କ୍ଲାଉଡ ବ୍ୟବସାୟର ଦେଖାଶୁଣା କରିବେ । ସେ ଆଡୋବର ଏସିଆ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସଭାପତି ସାଇମନ୍ ଟାଟେଙ୍କୁ ରିପୋର୍ଟ କରିବେ । ପ୍ରଯୁକ୍ତି ପ୍ରତି ପ୍ରତିଭାଙ୍କ ପ୍ରବଳ ଆଗ୍ରହ ଥିବା ବେଳେ ଦୃଢ଼ ଟିମ ଗଠନ କରିବାରେ ତାଙ୍କର ଦକ୍ଷତା ବେଶ ପ୍ରଶଂସନୀୟ । ସେଥିପାଇଁ ଭାରତୀୟ ବ୍ୟବସାୟର ଦାୟିତ୍ୱ ପ୍ରତିଭାଙ୍କୁ ଦେବା ଲାଗି ଆଡୋବ୍ ନିଷ୍ପତ୍ତି ନେଇଛି । ତାଙ୍କ ନିଯୁକ୍ତି ସମ୍ପର୍କରେ ସାଇମନ୍ କହିଛନ୍ତି ଯେ ସଂପ୍ରତି ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଲାଗି ଡିଜିଟାଲକରଣ ବେଶ ଜରୁରୀ ହୋଇପଡ଼ିଛି । ଆଡୋବ ପାଖରେ ବଜାରର ଅନେକ ଅଗ୍ରଣୀ ପ୍ରଯୁକ୍ତି ରହିଛି । ତାହାକୁ ବ୍ୟବସାୟୀଙ୍କ ନିକଟରେ ପହଞ୍ଚାଇ ଅଭିବୃଦ୍ଧିକୁ ପରବର୍ତ୍ତୀ ସ୍ତରରେ ପହଞ୍ଚାଇବା ଦିଗରେ ପ୍ରତିଭା କାର୍ୟ୍ୟ କରିବେ ବୋଲି ସେ କହିଛନ୍ତି । ପ୍ରଯୁକ୍ତି ଜ୍ଞାନକୌଶଳ କ୍ଷେତ୍ରରେ କାର୍ୟ୍ୟ କରିବାରେ ପ୍ରତିଭାଙ୍କ ୨୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି । ୧୯୯୪ ଏପ୍ରିଲରେ ପିଡବ୍ଲୁସି ଇଣ୍ଡିଆରୁ ସେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ । ୨୦୦୨ରେ ସେ ଆଇବିଏମରେ ଯୋଗ ଦେଇ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି କାର୍ୟ୍ୟ କରିଛନ୍ତି । ଆଇବିଏମ ପାଇଁ ସେ ଡିଜିଟାଲ ସେଲସର ଉପାଧ୍ୟକ୍ଷା ଭାବେ କାର୍ୟ୍ୟ କରିଛନ୍ତି । ଆଇବିଏମ ପାଇଁ ଦୀର୍ଘ ୧୫ ବର୍ଷ କାର୍ୟ୍ୟ କରିବା ପରେ ସେ ଆଡୋବରେ ଯୋଗ ଦେଇଥିଲେ । ସେ ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଭଲ ଭାବେ କହିପାରନ୍ତି । : ଏନଆଇଟି ରାଉରକେଲାରୁ କମ୍ପୁ୍ୟଟର ସାଇନ୍ସ ଆଣ୍ଡ୍ ଇଞ୍ଜିନିୟରିଂ ଓ ଜାଭିୟର ଇନଷ୍ଟିଚ୍ୟୁଟ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱର (ଏକ୍ସଆଇଏମବି)ରୁ ମ୍ୟାନେଜମେଣ୍ଟ ଶିକ୍ଷା ଗ୍ରହଣ କରିଥିବା
Powered by Froala Editor
