ଦୁଷ୍ମନ୍ତ ମୃତୁ୍ୟର ସିବିଆଇ ତଦନ୍ତ ଦାବି ଉଠିଲା

ଦୁଷ୍ମନ୍ତ ମୃତୁ୍ୟର ସିବିଆଇ ତଦନ୍ତ ଦାବି ଉଠିଲା

ରାଜ୍ୟ ଖବର


ଭୁବନେଶ୍ୱର: ବିଧାନସଭା ସାମ୍ନାରେ ହାତ କାଟି ଓ ବିଷ ପିଇ ମୃତୁ୍ୟବରଣ କରିଥିବା ଜଗତସିଂହପୁର କୁଜଙ୍ଗର ଯୁବକ ଦୁଷ୍ମନ୍ତ ଦାସଙ୍କ ମୃତୁ୍ୟ ପ୍ରସଙ୍ଗ ଥମୁନି । ଏବେ ଏହାକୁ ନେଇ ରାଜନୀତି ବି ତେଜିଲାଣି । କୁଜଙ୍ଗରେ ଏ ଘଟଣା ନେଇ ପ୍ରଶାସନ ବିରୋଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପୁଞ୍ଜୀଭୂତ ଥିବାବେଳେ ଏ ପ୍ରସଙ୍ଗରେ ସରକାରଙ୍କୁ ଘେରିଲେଣି ବିରୋଧୀ । ଆଜି ବିଜେପି ସାମ୍ବାଦିକ ସମ୍ମିଳନୀ କରି ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ତୁରନ୍ତ ଦୁଷ୍ମନ୍ତ ମୃତୁ୍ୟ ମାମଲା ତଦନ୍ତ ଭାର ସିବିଆଇକୁ ଦିଆଯାଉ ବୋଲି ବିଜେପି ଦାବି କରିଛି । 

  ବିଜେପି ନେତା ମନମୋହନ ସାମଲ କହିଛନ୍ତି, ଦୁଷ୍ମନ୍ତଙ୍କ ପ୍ରତି ଅନ୍ୟାୟ ହୋଇଛି । ତାଙ୍କ ମୃତୁ୍ୟ ପାଇଁ ସରକାର ଦାୟୀ । ତାଙ୍କ ପରିବାରକୁ ସରକାର କ୍ଷତିପୂରଣ ଦିଅନ୍ତୁ । ଯଦି ସବୁ କିଛି ଠିକ୍ ଥିଲା, ତେବେ ରାତିଅଧିଆ ସରକାର କାହିଁକି ଶବ ବ୍ୟବଚ୍ଛେଦ କଲେ? ଏହାର ଜବାବ ଦିଅନ୍ତୁ । ସରକାର କିଛି ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ସରକାରଙ୍କ ମୁଖା ଖୋଲିଯାଇଛି । ଦୁଷ୍ମନ୍ତଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ଦିଆଯାଉ । ନଚେତ ଏ ପ୍ରସଙ୍ଗ ନେଇ ବିଜେପି ରାଜରାସ୍ତାରେ ଲଢେ଼ଇ କରିବ ।

  

Powered by Froala Editor