ଜାତିସଂଘର ବଢ଼ିଲା ଚିନ୍ତା, ତାଲିବାନ ବର୍ବରତା ବଢ଼ୁଛି

ଜାତିସଂଘର ବଢ଼ିଲା ଚିନ୍ତା, ତାଲିବାନ ବର୍ବରତା ବଢ଼ୁଛି

ଜାତୀୟ ଖବର

ଜେନେଭର: ଆଫଗାନିସ୍ତାନରେ ତାଲିବାନର ନୀତିକୁ ବିରୋଧ କରି ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏବେ ହିଂସାର ରାସ୍ତା ଧରିଛି ତାଲିବାନ। ତାଲିବାନ ଶାସନ ବିରୋଧରେ କୌଣସି ବିକ୍ଷୋଭ ସମାବେଶକୁ ଗ୍ରହଣ କରାଯିବ ନାହିଁ ବୋଲି ତାଲିବାନ ଲୋକଙ୍କୁ ଧମକାଇଛି। ଗତ କିଛିଦିନ ହେବ କାବୁଲ ଏବଂ ହେରତରେ ତାଲିବାନ ସରକାରକୁ ବିରୋଧ କରି ଯେଉଁ ମହିଳାମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ ସେମାନଙ୍କୁ ଟାର୍ଗେଟ୍ କରାଯାଉଛି। ଆନ୍ଦୋଳନକାରୀଙ୍କ ଉପରେ ଗୁଳିମାଡ଼ ସହ ତାଲିବାନ ଆତଙ୍କବାଦୀମାନେ ଚାବୁକ ଏବଂ ଲାଠି ବ୍ୟବହାର କରୁଛନ୍ତି। ତାଲିବାନର ଆକ୍ରମଣରେ ୪ ଜଣ ଆନେ୍ଦାଳନକାରୀଙ୍କ ମୃତ୍ୟୁ ହୋଇଛି। ଜାତିସଂଘ ତାଲିବାନର ଏଭଳି ବର୍ବରତାକୁ କଡ଼ା ନିନ୍ଦା କରିଛି। ଜାତିସଂଘ ମାନବାଧିକାର ମୁଖପାତ୍ର ରବିନା ସମଦସାନି କହିଛନ୍ତି, ଆନ୍ଦୋଳନରେ ସାମିଲ ହୋଇଥିବା ଲୋକମାନଙ୍କୁ ତାଲିବାନ ସଦସ୍ୟ ଘରକୁ ଘର ବୁଲି ଖୋଜୁଛନ୍ତି। ଆନ୍ଦୋଳନର ଖବର ସଂଗ୍ରହ କରିଥିବା ସାମ୍ବାଦିକଙ୍କୁ ତାଲିବାନ ଅତି ବର୍ବର ଅତ୍ୟାଚାର କରିଛି। ସେମାନଙ୍କୁ ଚାବୁକରେ ମାଡ଼ ମାରିଛି। ଜଣେ ସାମ୍ବାଦିକଙ୍କୁ ମୁଣ୍ଡ କାଟ କରିବାର ଧମକ ଦିଆଯାଇଥିବା ଜଣାପଡ଼ିଛି। ତାଲିବାନ ଆନ୍ଦୋଳନକାରୀ ଏବଂ ସାମ୍ବାଦିକଙ୍କୁ ଟାର୍ଗେଟ୍ କରିବା ବନ୍ଦ କରୁ ବୋଲି ଜାତିସଂଘ ମୁଖପାତ୍ର କହିଛନ୍ତି।

Powered by Froala Editor