ଆପଣ ଡାଇବେଟିସ୍ ବା ମଧୁମେହ ରୋଗରେ ଶିକାର ହୋଇଛନ୍ତି କି? ତାହାଲେ ଆପଣ ଚିନି ବଦଳରେ ସୁଗାର ଫ୍ରି ଟାବ୍ଲେଟ୍କୁ ଖାଦ୍ୟରେ ସାମିଲ୍ କରୁଥିବେ। ସୁଗାର ଫ୍ରି ଟାବ୍ଲେଟ୍ ଚିନିର ଅଭାବକୁ ଦୂର କରିଦିଏ। କିନ୍ତୁ ଅବଶ୍ୟକତାଠୁ ଅଧିକ ସୁଗାର ଫ୍ରି ଟାବ୍ଲେଟ୍ର ସେବନ ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇପାରେ। ୧- ସୁଗାର ଫ୍ରି ଟାବ୍ଲେଟ୍ ଡାଇବେଟିସ୍, ହାର୍ଟ ଜନିତ ରୋଗ, ରକ୍ତ ଚାପ ସମସ୍ୟା ଭଳି ରୋଗର ସମ୍ଭାବନାକୁ ବୃଦ୍ଧି କରିଥାଏ। ୨- ସୁଗାର ଫ୍ରି ଟାବ୍ଲେଟ୍ ଆପଣଙ୍କ ପାଚନ ଯନ୍ତ୍ର ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତେଣୁ ଖାଦ୍ୟ ସହଜରେ ହଜମ୍ ହୋଇନଥାଏ। ସୁଗାର ଫ୍ରି ଟାବ୍ଲେଟ୍ ଆପଣଙ୍କୁ ମୋଟା ମଧ୍ୟ କରିପାରେ। ୩- ସୁଗାର ଫ୍ରି ଟାବ୍ଲେଟ୍ ଆପଣଙ୍କ ଆଖି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ। ୪- ଆପଣ ଯଦି ଏକା ସହ ମଧୁମେହ ଏବଂ ହାଇ ବ୍ଲଡ୍ ପ୍ରେସର୍ ରୋଗରେ ଶିକାର ହୋଇଛନ୍ତି, ତାହାଲେ ଆପଣ ସୁଗାର ଫ୍ରି ଟାବ୍ଲେଟ୍ର କମ୍ ସେବନ କରନ୍ତୁ। ଅଧିକ ସୁଗାର ଫ୍ରି ଚାବ୍ଲେଟ୍ ବ୍ୟବହାର କରିବା ଦ୍ୱାରା ରକ୍ତଚାପ ସ୍ତର ଅଧିକ ରହିପାରେ। ୫- ସୁଗାର୍ ଫ୍ରି ଟାବ୍ଲେଟ୍ କ୍ୟାନ୍ସର ରୋଗର ଆଶଙ୍କା ସୃଷ୍ଟି କରିପାରେ।
