ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଜାତୀୟ ଖବର

ନୂଆଦିଲ୍ଲୀ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୂଆଁଖାଇର ପରସରେ ଉତ୍ସବମୁଖର ଗାଁଠୁ ସହର । ଘରେ ଘରେ ପିଠାପଣାର ଆସର । ମହକୁଛି ପଶ୍ଚିମ ଓଡ଼ିଶା।  ଆଜି ଇଷ୍ଟଦେବୀଙ୍କଠାରେ ନବାନ୍ନ ଲାଗି ପରେ ସବୁ ପରିବାର ବର୍ଗ ଏକାଠି କରିବେ ନବାନ୍ନ ଭକ୍ଷଣ । ଘରର ସାନମାନେ ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଲୋଡ଼ିବେ । ଏହାପରେ ଚାଲିବ ନୂଆଁଖାଇ ଭେଟଘାଟ । 


ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଆରେ ଟ୍ୱିଟ୍ କରି ନୂଆଁଖାଇ ଜୁହାର ଲେଖିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପବିତ୍ର ଦିନ ଅବସରରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି । ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ନୂଆଖାଇ ଶୁଭେଚ୍ଛା ଜଣାଇଛନ୍ତି ।

Powered by Froala Editor