ବାହାରୁ ସଟର୍ ବନ୍ଦ, ଭିତରେ ଆସର

ବାହାରୁ ସଟର୍ ବନ୍ଦ, ଭିତରେ ଆସର

ରାଜ୍ୟ ଖବର

ଭୁବନେଶ୍ୱର: ବାହାରୁ ପଡିଥିଲା ସଟର। ଭିତରେ ଚାଲିଥିଲା ନାଚ ଗୀତର ଆସର।  କେବଳ ପୁରୁଷ ନୁହେଁ ପୁରୁଷଙ୍କ ସହ ମିଶି ଯୁବତୀମାନେ ବି କରୁଥିଲେ ପାର୍ଟି।  ରାତି ୧୦ ଟା ପରେ କୋଭିଡ ନିୟମକୁ ଫୁ.. କରି ଉଡ଼ାଇ  ଏଭଳି ଆସର ଚାଲିଥିବା ଏକ ବାରକୁ ସିଲ କରିଛି ବିଏମସି । ବିଏମସିର ଏନଫୋର୍ସମେଂଟ ସ୍କେ୍ୱାର୍ଡ ଏବଂ କମିଶନରେଟ ପୋଲିସ ପକ୍ଷରୁ ମିଳିତ ଭାବେ ଚଢାଉ କରି ଖାରବେଳ ନଗର ଅଂଚଳରେ ଥିବା ମ୍ୟାଡ ମୁଲ ବାରକୁ ସିଲ କରାଯାଇଛି । କରୋନା ସଂକ୍ରମଣ ପାଇଁ ଏବେ ରାଜ୍ୟର ସମସ୍ତ ସହରାଂଚଳରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଛି । ରାତି ୧୦ ଟାରୁ ସକାଳ ୫ ଟା ଯାଏ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ହେଲେ ରାଜଧାନୀରେ କିଛି ବାର ଏସବୁ ନିୟମକୁ ପାଳନ କରୁ ନଥିବା ଦେଖିବାକୁ ମିଳିଛି । ଏପରିକି ବାର ଭିତରେ ମଧ୍ୟ ସାମାଜିକ ଦୂରତା ପାଳନ କରାଯାଉନାହିଁ ।


Powered by Froala Editor