ପୁରୀ: ଆଜିଠାରୁ ନୂଆ ଏସଓପିରେ ଜଗା ଦର୍ଶନ । ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ କାଳିଆ ଠାକୁରଙ୍କ ଦର୍ଶନର ସୁଯୋଗ ପାଇବେ ।
ଆଜିଠାରୁ ନୂତନ ଏସଓପି ଲାଗୁ ହୋଇଛି ।
ପୂର୍ବରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ଭୋଗ ଓ ଫୁଲ ମନା ଥିଲା । ମାକ୍ର ନୂତନ ଏସଓପିରେ ଶ୍ରୀମନ୍ଦିର ଭିତରକୁ ଭୋଗ ଓ ଫୁଲ ନେଇ ପାରିବେ । ଆନନ୍ଦ ବଜାରରେ ମହାପ୍ରସାଦ ମଧ୍ୟ ସେବନ କରିପାରିବେ । ଗତ ବୁଧବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି ।ତେବେ ପୂର୍ବଭଳି ରବିବାର ସମେଚ ସ୍ବତନ୍ତ୍ର ପର୍ବ ପର୍ବାଣୀରେ ଦର୍ଶନ ବନ୍ଦ ରହିବ । ପୁରୁଣା ଏସଓପି ଅନୁସାରେ ଗତ ତିନିଦିନ ଧରି ଦର୍ଶନ ବନ୍ଦ ରହିଥିଲା । ସକାଳ ୭ରୁ ରାତି ୭ ପର୍ୟ୍ୟନ୍ତ ଦର୍ଶନକୁ ଅନୁମତି ଥିଲା ନୂଆ ଏସଓପିରେ ଏହାକୁ ୨ଘଣ୍ଟା ବୃଦ୍ଧି କରାଯାଇଛି । କେବଳ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ଓ ବାକି ୬ ଦିନ ଭଗବାନଙ୍କୁ ଦର୍ଶନ କରିପାରିବେ ଭକ୍ତ। ଶ୍ରୀମନ୍ଦିରରେ ଦର୍ଶନ ନେଇ ଥିବା ଝଙଚ କୋହଳକୁ ଭକ୍ତଙ୍କ ସ୍ବାଗତ କରିଛନ୍ତି । ଦର୍ଶନ ସମୟସୀମା ବଢିଥିବାରୁ ପୁରୀକୁ ଅଧିକ ଭକ୍ତଙ୍କ ଆଗମନ ହେବ ବୋଲି ଆଶା କରାଯାଉଛି ।
Powered by Froala Editor
