ବର୍ଷାକୁ ବନ୍ଦ, ଅଟକିଲା କଟକ

ବର୍ଷାକୁ ବନ୍ଦ, ଅଟକିଲା କଟକ

ରାଜ୍ୟ ଖବର


କଟକ: ଦୁଇଦିନ ହେବ ଲଗାଣ ବର୍ଷା । ଏପଟେ ବିଜେପିର ୧୨ ଘଂଟିଆ ବନ୍ଦ ଡାକରା । ଏହାକୁ ନେଇ ସୋମବାର ଯେମିତି ଅଟକିଯାଇଛି କଟକ ସହର । ରାସ୍ତାଘାଟ ଶୂନଶାନ । ବର୍ଷା ସତ୍ତ୍ୱେ ବିଜେପି କର୍ମୀମାନେ ବାଦାମବାଡ଼ି, ଲିଙ୍କରୋଡ, କଲେଜ ଛକ ସମେତ ବିଭିନ୍ନ ସ୍ଥାନରେ ଛତାଧରି ପିକେଟିଂ କରିଛନ୍ତି । ଗାଡ଼ିମୋଟର ଅଟକାଇଛନ୍ତି । ତେବେ ଲଗାଣ ବର୍ଷା ଯୋଗୁ ଆନେ୍ଦାଳନମାନଙ୍କୁ ବିଶେଷ କଷ୍ଟ କରିବାକୁ ପଡ଼ିନାହିଁ । ନିହାତି ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରୁନାହାନ୍ତି । ଗତକାଲିଠାରୁ ବନ୍ଦ ଥିବା ଅଧିକାଂଶ ଦୋକାନ ବଜାର, ଆଜି ବି ଖୋଲିନି ।

  ପାର୍ବଣରେ ଦେବାଦେବୀଙ୍କ ମୂର୍ତ୍ତି ଉଚ୍ଚତା ୪ ଫୁଟ ଭିତରେ ରଖିବାକୁ ସରକାର ନିଦେ୍ର୍ଧଶ ଦେଇଥିବାବେଳେ ଏହାକୁ ବିରୋଧ କରିଛନ୍ତି କଟକର ବିଭିନ୍ନ ପୂଜା କମିଟି ଓ ସଂଗଠନ । ଏ ପ୍ରସଙ୍ଗରେ ସରକାରଙ୍କ ନିଷ୍ପତ୍ତି ପ୍ରତିବାଦରେ ବିଜେପି ଆଜି ୧୨ ଘଂଟିଆ ବନ୍ଦ ଡାକରା ଦେଇଛି କଟକ ସହରରେ । 

  ପାର୍ବଣରେ ମୂର୍ତ୍ତି ଉଚ୍ଚତାକୁ ନେଇ ସରକାର ଜାରି କରିଥିବା କଟକଣାକୁ ନେଇ ବିବାଦ ଥମୁନି । ସରକାରଙ୍କ ସ୍ପଷ୍ଟୀକରଣ ପୂଜା କମିଟି ଓ ବିଭିନ୍ନ ସଂଗଠନକୁ ସନ୍ତୁଷ୍ଟ କରିପାରିନି । ଗୋଟିଏ ପଟେ ବିଭିନ୍ନ ପୂଜା କମିଟି ଏ ମାମଲାରେ ସରକାରଙ୍କୁ ୧୬ ତାରିଖ ଯାଏ ମହଲତ ଦେଇଛନ୍ତି । ଏହା ଭିତରେ ସରକାର ଗାଇଡଲାଇନରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ପୁନଃ ଦାବି କରାଯାଇଛି । ଏ ପ୍ରସଙ୍ଗ ନେଇ କଟକ ବିଜେଡି ଦଳ ଭିତରେ ବି ବିବାଦ ଆରମ୍ଭ ହୋଇଯାଇଛି । 

Powered by Froala Editor