ନୂଆଦିଲ୍ଲୀ : ପୃଥିବୀରୁ ୨୦୨୦ ସୁଦ୍ଧା କ୍ୟାନସର ସମୂଳେ ନାଶ ହେବ । ଇସ୍ରାଏଲର ଏକ ବାୟୋଟେକ୍ କମ୍ପାନୀ ଏହାର ଚିକିତ୍ସା ଲାଗି ପ୍ରସ୍ତୁତ କରିଛନ୍ତି ଅତ୍ୟାଧୁନିକ ଔଷଧ । କ୍ୟାନସରର ଚିକିସା ପାଇଁ ବିଭିନ୍ନ ଚିକିତ୍ସା ଉପଲବ୍ଧ ହେଉଥିବାବେଳେ ଆସିଲେଟେଡ୍ ଇଭୋଲ୍ୟୁସନ୍ ବାୟୋଟେକ୍ନୋଲୋଜି ଲିମିଟେଡ୍ ପକ୍ଷରୁ ଦୀର୍ଘ ଦିନ ଗବେଷଣା ପରେ ପ୍ରସ୍ତୁତ କରାଯାଇଥିବା ଏହି ଔଷଧ ୧୦୦ % ସଫଳତା ଦେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଔଷଧର ଦାମ୍ ମଧ୍ୟ କମ୍ ରହିବ । ଯାହାଦ୍ୱାରା ଗରିବ ଲୋକେ ଏହାକୁ ସହଜରେ କିଣି ପାରିବେ । କମ୍ପାନୀ ପକ୍ଷରୁ ପ୍ରସ୍ତୁତ ହୋଇଥିବା ମଲ୍ଟି-ଟାର୍ଗେଟ୍-ଟୋକ୍ସିନ୍(ମୁଟାଟୋ) ସିମ୍ପୁଲ୍ ଅବଜେକ୍ଟ ଆସେସ୍ ପୋଟ୍ରୋକଲ(ସୋପ୍) ଜ୍ଞାନକୌଶଳ ଆଧାରରେ ପ୍ରସ୍ତୁତ କରାଯାଇଛି ବୋଲି ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ଇଲାନ୍ ମୋରାଦ୍ ସୂଚନା ଦେଇଛନ୍ତି। କେତେକ କ୍ୟାନସର ଔଷଧ କାହିଁକି ଏହି ରୋଗ ନିଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଭାବେ କାର୍ଯ୍ୟ କରୁନାହିଁ ସେନେଇ ଗବେଷକ ଦଳ ପରୀକ୍ଷା ନିରୀକ୍ଷା ଜାରି ରଖିଥିଲେ। ମଲ୍ଟି-ଟାର୍ଗେଟ୍-ଟୋକ୍ସିନ୍ କ୍ୟାନସର ସେଲ୍ ରିସେପ୍ଟରକୁ ତିନି ଦିଗରୁ ଆକ୍ରମଣ କରିଥାଏ। ଏହାକୁ ସଫଳତାର ସହିତ ମୂଷାଙ୍କଠାରେ ପରୀକ୍ଷା କରାଯାଇଛି। ଏବେ ଏହାକୁ ମଣିଷଙ୍କଠାରେ ପ୍ରୟୋଗ କରାଯିବା ପାଇଁ ଯୋଜନା ଜାରି ରହିଛି।
