ନୂଆଦିଲ୍ଲୀ: କୋଭିଡ ସଂକ୍ରମିତ ହୋଇ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଉପରେ ବିଚାର ବିମର୍ଶ କରିବାକୁ ସୁପି୍ରମକୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ପକ୍ଷରୁ ଦାଖଲ କରାଯାଇଥିବା କୋଭିଡ-୧୯ ମୃତ୍ୟୁ ପ୍ରମାଣପତ୍ର ଜାରି ସଂକ୍ରାନ୍ତ ସତ୍ୟପାଠରେ ସୁପ୍ରିମ୍କୋର୍ଟ ସନ୍ତୋଷ ପ୍ରକାଶ କରିଛନ୍ତି । ବିଚାରପତି ଏମ.ଆର ଶାହଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋର୍ଟରେ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି ଯେ ସତ୍ୟପାଠରେ ଆପଣ ଦର୍ଶାଇଛନ୍ତି କି ସଂକ୍ରମିତ ବ୍ୟକ୍ତି ଆତ୍ମହତ୍ୟା କଲେ ତାଙ୍କୁ କୌଣସି ପ୍ରକାର ପୂରଣ ଦିଆଯାଇପାରିବ ନାହିଁ । ଏହି ଯୁକ୍ତି ଆଦୌ ଗ୍ରହଣ ଯୋଗ୍ୟ ନୁହେଁ । ଏହା ଉପରେ ସାନି ବିଚାର କରାଯିବା ଉଚିତ । ତେବେ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ପୁନର୍ବିଚାର କରିବା ପରେ ତାହା କୋର୍ଟଙ୍କୁ ଜଣାଇବେ ବୋଲି ମେହେଟ୍ଟା ପ୍ରତିଶ୍ରୁତି ଦେଇଛନ୍ତି ।
Powered by Froala Editor
