ନୂଆଦିଲ୍ଲୀ: ଚିପ୍ ଅଭାବ ଏବେ ସ୍ମାର୍ଟଫୋନ କମ୍ପାନିଗୁଡ଼ିକୁ ହରଡ଼ଘଣାରେ ପକାଇଛି। ଜିଓ ଫୋନ୍ ନେକ୍ସଟର ବଜାର ପ୍ରବେଶ ପ୍ରଭାବିତ ହୋଇଛି। ତେବେ କେବଳ ଜିଓଫୋନ ନୁହେଁ, ଆଉ କିଛି ସ୍ମାର୍ଟ ଫୋନ ବ୍ରାଣ୍ଡ ମଧ୍ୟ ସେମାନଙ୍କ ଉତ୍ପାଦର ବଜାର ପ୍ରବେଶକୁ ସୀମିତ କରି ଦେଇଛନ୍ତି। ଉତ୍ପାଦନରେ ସମସ୍ୟା ଥିବାରୁ ସେମାନେ ଏଭଳି କରିବାକୁ ବାଧ୍ୟ ହେଉଛନ୍ତି। କାଉଣ୍ଟର୍ ପଏଣ୍ଟ ରିସର୍ଚ୍ଚ ବିଶ୍ଳେଷକ ତଥା ପାର୍ଟନର ନିଲ ଶାହ କହିଛନ୍ତି, କିଛି କମ୍ପାନି ସେମାନଙ୍କ ଉତ୍ପାଦର ବଜାର ପ୍ରବେଶ ତାରିଖ ଘୁଞ୍ଚାଉଛନ୍ତି। ବର୍ଦ୍ଧିତ ଚାହିଦା ସତ୍ତ୍ୱେ ସେମାନେ ଉତ୍ପାଦନ କମାଇଛନ୍ତି। ବଜାରରେ ସ୍ମାର୍ଟଫୋନ ଓ ଅନ୍ୟ ଇଲେକ୍ଟ୍ରୋନିକ ଉତ୍ପାଦର ଚାହିଦା ବୃଦ୍ଧି ପାଇଛି। ବିଶେଷ କରି କରୋନା କାଳରେ ଅନଲାଇନ ସେବାର ଚାହିଦା ବଢ଼ିଥିବାରୁ ବିଭିନ୍ନ ଗ୍ୟାଜେଟର ବିକି୍ର ବଢ଼ିଛି। କିନ୍ତୁ ଏ କ୍ଷେତ୍ରରେ ଚିପ ଓ ଅନ୍ୟ କେତେକ ଉପକରଣର ଘୋର ଅଭାବ ଯୋଗୁଁ ଉତ୍ପାଦନ ତଦନୁରୂପ ହେଉ ନାହିଁ।
Powered by Froala Editor
