ଭାରତରେ ଯୁବ ଗୋଷ୍ଠୀଙ୍କୁ ପ୍ରଭାବିତ କରୁଛି ଆଇଏସ

ଭାରତରେ ଯୁବ ଗୋଷ୍ଠୀଙ୍କୁ ପ୍ରଭାବିତ କରୁଛି ଆଇଏସ

ଜାତୀୟ ଖବର

ନୂଆଦିଲ୍ଲୀ: ଭାରତରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି ଆତଙ୍କବାଦୀ ସଂଗଠନ ଆଇଏସ (ଇସଲାମିକ ଷ୍ଟେଟ)। ସେଥିପାଇଁ ବାରମ୍ବାର ପ୍ରୟାସ କରୁଛି। ଦେଶର ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ ଜାରି ରଖିଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ଏଭଳି ସତର୍କ ସୂଚନା ଦିଆଯାଇଛି। ଏଜେନ୍ସି ଅନୁସାରେ ଆଇଏସ ପକ୍ଷରୁ ସୋସିଆଲ ମିଡିଆ ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରାଯାଉଛି। କେହି ସେମାନଙ୍କ ବିଚାରାଧାରା ପ୍ରତି ଆଗ୍ରହ ଦେଖାଇଲେ ସେମାନଙ୍କୁ ଫେସବୁକ, ଟୁଇଟର ଓ ଇନଷ୍ଟାମରେ ଭଳି ସୋସିଆଲ ମିଡିଆ ଜରିଆରେ ହ୍ୟାଣ୍ଡଲରମାନଙ୍କ ମାଧ୍ୟମରେ ବିଦେଶରେ ରହୁଥିବା ହ୍ୟାଣ୍ଡଲରମାନଙ୍କ ସହ ଯୋଗାଯୋଗ କରାଇ ଦିଆଯାଇଥାଏ। ଏହା ପରେ ହ୍ୟାଣ୍ଡଲରମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାନ୍ତି । ସେମାନଙ୍କୁ ଅନଲାଇନ କଣ୍ଟେଣ୍ଟ ଅପଲୋଡ, ଆଇଏସର ବାର୍ତ୍ତାକୁ ସ୍ଥାନୀୟ ଭାଷାକୁ ଅନୁବାଦ, ଆତଙ୍କୀ ମୋଡୁ୍ୟଲ ପ୍ରସ୍ତୁତି, ଅସ୍ତ୍ରଶସ୍ତ୍ର ସଂଗ୍ରହ, ଆଇଇଡି ପ୍ରସ୍ତୁତି ଏପରିକି ଆତଙ୍କୀ ଆକ୍ରମଣ ପାଇଁ ବ୍ୟବହାର କରିଥାନ୍ତି । ବର୍ତ୍ତମାନ ସୁଦ୍ଧା ସଂଗଠନ ପକ୍ଷରୁ ଆଇଏସ ବିଚାରଧାରା ଦ୍ୱାରା ପ୍ରେରିତ ହୋଇ ଦେଶର ଭିନ୍ନ ଭିନ୍ନ ସ୍ଥାନରେ କରାଯାଇଥିବା ୩୭ଟି ଆତଙ୍କୀ ଆକ୍ରମଣ ଓ ଷଡଯନ୍ତ୍ର ସମ୍ପର୍କରେ ତଦନ୍ତ କରାଯାଇଛି ।

Powered by Froala Editor