ଆପଣଙ୍କ ନାଁରେ ଅଛି କି ନକଲି ସିମ, ଏହି ଉପାୟରେ ଜାଣନ୍ତୁ?

ଆପଣଙ୍କ ନାଁରେ ଅଛି କି ନକଲି ସିମ, ଏହି ଉପାୟରେ ଜାଣନ୍ତୁ?

ରାଜ୍ୟ ଖବର

ଭୁବନେଶ୍ୱର : ଆପଣଙ୍କ ଅଜାଣତରେ ବି ଆପଣଙ୍କ ନାମରେ ସିମ ଥାଇପାରେ  । ଆପଣଙ୍କ ବଦଳରେ ଅନ୍ୟ କେହି ଆପଣଙ୍କ ନାମରେ ଥିବା ମୋବାଇଲ ନମ୍ବର ବ୍ୟବହାର କରୁଥାଇପାରନ୍ତି  । ଯାହାର ଦୁରୂପଯୋଗ ହେବାର ବି ଆଶଙ୍କା ରହିଛି  । ଅର୍ଥାତ ଅନ୍ୟର ଦୋଷକୁ ବି ଆପଣ ମୁଣ୍ଡାଇପାରନ୍ତି  । ତେଣୁ ଏବେଠାରୁ ହିଁ ସତର୍କ ରହିବା ଦରକାର  । ଆପଣଙ୍କ ନାଁରେ ଏକାଧିକ ସିମ ଅଛି କି ନାହିଁ ତାହା ଜାଣିବା ପାଇଁ ଏକ ଛୋଟିଆ କୌଶଳ ଆପଣାନ୍ତୁ  ।

୧. ଆପଣ ଗୁଗୁଲରେ ଟାଇପ କରନ୍ତୁwww.tafcop.dgtelecom.gov.in  

୨ . ଉକ୍ତ ୱେବସାଇଟ ଖୋଲିବା ପରେ ଟେଲିକମ ଆନାଲିଟିକ୍ସ ଫ୍ରଡ଼ ମ୍ୟାନେଜମେଂଟ ଏବଂ କଷ୍ଟମର ପ୍ରୋଟେକ୍ସନ ସର୍ଚ୍ଚ କରନ୍ତୁ  ।

୩. ଏହା ପରେ ଏକ ପେଜ ଖୋଲିବ  । ଉକ୍ତ ପେଜରେ ଆପଣଙ୍କ ମୋବାଇଲ ନମ୍ବର ଦେବା ପରେ ଏକ ଓଟିପି ଦେବା ପାଇଁ କୁହାଯିବ  ।

୪. ଓଟିପି ଦେବା ପରେ ଆପଣଙ୍କ ଆଧାରକାଡର଼୍ରେ କେତେ ସିମ କିଣାହୋଇଛି ତାହାର ତଥ୍ୟ ଉପଲବ୍ଧ ହୋଇପାରିବ  ।

୫. ଯଦି ଆପଣଙ୍କ ଉକ୍ତ ଫୋନ ନମ୍ବର ହୋଇନଥିବ, ତାହେଲେ ଦିସ ଇଜ ନଟ ମାଇଁ ଉପରେ କ୍ଲିକ କରି ଦାଖଲ କରିବାକୁ ପଡ଼ିବ  । ଏହାପରେ ଉକ୍ତ ସିମକୁ ବନ୍ଦ କରିବା ପାଇଁ ସରକାର ଏବଂ ଟେଲିକମ କମ୍ପାନୀକୁ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେବ  । 


Powered by Froala Editor