ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ୧୦୧ ଜଣ ୧୮ ବର୍ଷରୁ କମ୍ ଆୟୁ ବର୍ଗର ସଂକ୍ରମିତ ରହିଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୩୫ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକ ମଧ୍ୟରୁ ଭଦ୍ରକରୁ ୧୦, କଟକରୁ ୯୧, ଢଙ୍କାନାଳରୁ ୫, ଗଂଜାମରୁ ୬, ଜଗତସିଂପୁରରୁ ୩୨, ଯାଜପୁରରୁ ୨୯, ଝାରସୁଗୁଡ଼ାରୁ ୩, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୩, କୋରାପୁଟରୁ ୪, ମାଲକାନାଗିରିରୁ ୨, ମୟୂରଭଞ୍ଜରୁ ୨୭, ନୟାଗଡ଼ରୁ ୭, ନୂଆପଡ଼ରୁ ଜଣେ, ପୁରୀରୁ ୧୭, ସମ୍ବଲପୁରରୁ ୭, ରାୟଗଡ଼ାରୁ ୪, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୫୬୦ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସଂକ୍ରମିତଙ୍କ ମିଶାଇ ରାଜ୍ୟରେ ଅଦ୍ୟାବଧି ୧୦, ୨୧,୯୫୦ ଚିହ୍ନଟ ହୋଇଥିବା ବେଳେ ୧୦,୦୮,୨୨୬ ଜଣ ସୁସ୍ଥ ହୋଇଛନ୍ତି। ୫୫୨୧ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି।
Powered by Froala Editor
