ହାତୀ ଉଦ୍ଧାର ବେଳେ ଅଘଟଣ, ଓଲଟିଲା ରବର ବୋଟ୍

ହାତୀ ଉଦ୍ଧାର ବେଳେ ଅଘଟଣ, ଓଲଟିଲା ରବର ବୋଟ୍

ରାଜ୍ୟ ଖବର

ଭୁବନେଶ୍ବର: ମୁଣ୍ଡଳୀ ବ୍ରିଜ୍ ତଳେ ପ୍ରଖର ବନ୍ୟାଜଳରେ ଫସି ରହିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ବୋଟ୍ ଓଲଟି ପଡ଼ିଥିଲା। ବୋଟ୍ରେ ୫ ଓଡ୍ରାଫ୍ ଟିମ୍ର ଯବାନଙ୍କ ସହିତ ଓଟିଭିର କ୍ୟାମେରାମ୍ୟାନ୍ ପ୍ରଭାତ ସିହ୍ନା ଓ ରିପୋର୍ଟର ଅରିନ୍ଦମ ଦାସ ମଧ୍ୟ ପାଣିରେ ବୁଡ଼ିଯାଇଥିଲେ। ସମସ୍ତ ଯବାନ ଓ ଗଣମାଧ୍ୟମ ଟିମ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ତେବେ ରିପୋର୍ଟ ଲେଖାହେବା ବେଳକୁ ୪ ଜଣ ଯବାନଙ୍କୁ ଉଦ୍ଧାର କରାଯାଇ ପାରି ନାହିଁ। ଓଟିଭିର ପ୍ରଭାତ ଓ ଅରିନ୍ଦିମଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହି ଖବର ପ୍ରଚାରିତ ହୋଇଯିବା ପରେ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ସମସ୍ତେ ଓଡ୍ରାଫ୍ ଟିମ୍ର ଯବାନ ଓ ଗଣମାଧ୍ୟମ କର୍ମଚାରୀଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରାର୍ଥନା କରାଯାଇଛି। ସେପଟେ ହାତୀକୁ ମଧ୍ୟ ଉଦ୍ଧାର କରାଯାଇପାରି ନାର୍ହି। ମିଳିଥିବି ସୂଚନା ଅନୁଯାୟୀ ହାତୀଟି ଯେପରି ନଦୀ ମଧ୍ୟକୁ ନଯାଏ ସେଥିପାଇଁ ଏକ ଟିମ୍କୁ ରବର ବୋଟ୍ରେ ନଦୀ ମଧ୍ୟକୁ ଛଡ଼ାଯାଇଥିଲା। ସେମାନେ ହାତୀକୁ ଘଉଡ଼ାଇଥାନ୍ତେ। ସେମାନଙ୍କ ସହିତ ଓଟିଭିର ରିପୋର୍ଟର ଅରିନ୍ଦମ ଓ କ୍ୟାମେରାମ୍ୟାନ୍ ପ୍ରଭାତ ଥିଲେ। ମାତ୍ର ଦୁର୍ଭାଗ୍ୟଜନକ ଭାବେ ନଦୀର ପ୍ରଖର ସ୍ରୋତରେ ବୋଟ୍ଟି ଭାସି ଯାଇଥିଲା। ବୋଟ୍ଟି ବ୍ରିଜ୍ର ପିଲାର ନିକଟରେ ଅଟକି ରହିଥିଲା। ଫଳରେ ଯବାନ ଓ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ପାଣିରେ ବୁଡ଼ି ଯାଇଥିଲେ। ପୋଲ ଉପରେ ଥିବା ଉଦ୍ଧାରକାରୀ ଦଳ ସଙ୍ଗେ ରଶି ପକାଇ ଉଦ୍ଧାର କରିବାକୁ ପ୍ରୟାସ କରାଯାଇଥିଲା। ତେବେ କ’ଣ ପାଇଁ ଓଡ୍ରାଫ୍ ଟିମ୍ର ଯବାନଙ୍କ ସହିତ ସାମ୍ବାଦିକଙ୍କୁ ନଦୀ ମଧ୍ୟକୁ ଯିବାକୁ ଅନୁମତି ଦିଆଗଲା ସେ ନେଇ ସାଧାରଣରେ ଜୋରଦାର ଚର୍ଚ୍ଚା ଚାଲିଛି। ଜୀବନକୁ ବାଜି ଲଗାଇ ସାମ୍ବାଦିକମାନେ ନଦୀ ମଧ୍ୟକୁ ଯିବା ଉଚିତ ହୋଇ ନାହିଁ ବୋଲି ମତପ୍ରକାଶ ପାଇଛି। ତେବେ ଯାହା ବି ହେଉଁ ସମସ୍ତେ ସୁରକ୍ଷିତ ଉଦ୍ଧାର ହେବା ସହିତ ଜୀବନ ଯେପରି ବଞ୍ଚିଯାଉ ତାହା ନେଇ ସମସ୍ତେକାମନା କରିଛନ୍ତି।   


Powered by Froala Editor