ରୋହିଣୀ କୋର୍ଟ ପରିସରରେ ଗୁଳିକାଣ୍ଡ, ୪ ମୃତ

ରୋହିଣୀ କୋର୍ଟ ପରିସରରେ ଗୁଳିକାଣ୍ଡ, ୪ ମୃତ

ଜାତୀୟ ଖବର

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରୋହିଣୀ କୋର୍ଟ ପରିସରରେ ଗୁଳିକାଣ୍ଡ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୩ ଜଣ ଦୁର୍ବୃତ୍ତ ଓକିଲଙ୍କ ବେଶରେ କୋର୍ଟ ମଧ୍ୟରେ ପଶି ଆଖିବୁଜା ଗୁଳିଚାଳନା କରିବା ଫଳରେ ଏପରି ଅଘଟଣ ଘଟିଛି। ଗୁଳିକାଣ୍ଡରେ ଗ୍ୟାଙ୍ଗଷ୍ଟର୍‌ ଜିତେନ୍ଦ୍ର ମାନ ଓରଫ ଗୋଗେଇଙ୍କ ମୃତ୍ୟୁ ହୋଇଯାଇଛି। ଦୁର୍ବୃତ୍ତମାନେ କୋର୍ଟ ପରିସରରେ ଜିତେନ୍ଦ୍ରଙ୍କୁ ଟାର୍ଗେଟ୍‌ କରି ଗୁଳିଚାଳନା କରିଥିଲେ। ପୂର୍ବ ଶତ୍ରୁତା ଯୋଗୁଁ ଏପରି ହୋଇଥିବା ପୁଲିସ କହିଛି। ତେବେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋର୍ଟ ପରିସରରେ କିପରି ଦୁର୍ବୃତ୍ତମାନେ ଗୁଳି ଚାଳନା କରୁଛନ୍ତି ଏହାକୁ ନେଇ ଚିନ୍ତା ପ୍ରକାଶ ପାଇଛି।ଜିତେନ୍ଦ୍ରଙ୍କୁ ଶୁଣାଣି ପାଇଁ କୋର୍ଟ ଅଣାଯାଇଥିବା ବେଳେ ଏପରି ଘଟଣା ଘଟିଛି। ପୁଲିସର ପାଲଟା ଗୁଳିଚାଳନାରେ ଘଟଣାସ୍ଥଳରେ ୩ ଦୁର୍ବୃତ୍ତଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଛି। 

Powered by Froala Editor