୭୩% ଲୋକଙ୍କ ଦେହରେ ଆଣ୍ଟିବଡ଼ି

୭୩% ଲୋକଙ୍କ ଦେହରେ ଆଣ୍ଟିବଡ଼ି

ରାଜ୍ୟ ଖବର


ଭୁବନେଶ୍ୱର : ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏବଂ ଆଇସିଏମଆର- ଆରଏମଆରସି ପକ୍ଷରୁ ରାଜ୍ୟର ୧୨ଟି ଜିଲ୍ଲାରେ ଅଗଷ୍ଟ ୨୯ରୁ ସେପ୍େଟମ୍ବର ୧୫ ମଧ୍ୟରେ ହୋଇଥିବା ସେରେ ସର୍ଭେଲାନ୍ସ ରିପୋର୍ଟ ଆସିଛି । ଏହି ସର୍ଭେରୁ ଜଣାପଡ଼ିଛି ଯେ, ୧୨ଟି ଯାକ ଜିଲ୍ଲାରେ ପ୍ରାୟ ୭୩% ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି । ରାଜ୍ୟର ଦକ୍ଷିଣ, ଉତ୍ତର ଓ କେନ୍ଦ୍ରୀୟ ଜିଲ୍ଲାଗୁଡ଼ିକରେ ଏହି ସର୍ଭେ ହୋଇଥିଲା । ସର୍ଭେରୁ ଜାଣିବାକୁ ମିଳିଛି ଯେ, ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୮୦%ରୁ ଅଧିକ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି । ଅଧିକାଂଶ ଜିଲ୍ଲାରେ ୭୦%ରୁ ଅଧିକ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଥିବାବେଳେ ଯାଜପୁର, ମୟୂରଭଞ୍ଜ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରାୟ ୬୮% ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି । ସେହିପରି ୯୩% ସ୍ୱାସ୍ଥ୍ୟକର୍ମୀଙ୍କ ଦେହରେ ଆଣ୍ଟିବଡି ବିକିଶିତ ହୋଇଛି । ଏହି ସର୍ଭେରେ ପ୍ରଥମ କରି ୧୮ବର୍ଷରୁ କମ ପିଲାଙ୍କୁ ସାମିଲ କରାଯାଇଥିଲା । ୬ରୁ ୧୦ବର୍ଷ ପିଲାଙ୍କ ମଧ୍ୟରୁ ୭୦%ଙ୍କ ଦେହରେ ଏବଂ ୧୧ରୁ ୧୮ବର୍ଷର ୭୪% ପିଲାଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଛି । ମୋଟ ଉପରେ ୧୮ବର୍ଷରୁ କମ ୭୨% ପିଲାଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇଥିବା ଜଣପଡ଼ିଛି । ବୃଦ୍ଧ ଏବଂ ପିଲାଙ୍କ ତୁଳନାରେ ଯୁବବର୍ଗଙ୍କ ଦେହରେ ଅଧିକ ଆଣ୍ଟିବଡି ବିକଶିତ ହେଉଛି । ଏହି ସର୍ଭେରେ ଟିକା ନେଇଥିବା ଅଧିକ ବୃଦ୍ଧଙ୍କୁ ସାମିଲ କରାଯାଇଥିଲା । ଗ୍ରାମାଞ୍ଚଳ- ସହରାଞ୍ଚଳ, ପୁରୁଷ-ମହିଳାଙ୍କ ମଧ୍ୟରେ ବିଶେଷ ପାର୍ଥକ୍ୟ ନଥିବା ସର୍ଭେରୁ ଜଣାପଡ଼ିଛି ।

Powered by Froala Editor