କଟକ, ୨୭ା୯ (ଇମିସ): କରୋନା ମହାମାରୀରୁ ରକ୍ଷା ପାଇବାକୁ ହେଲେ ଏକମାତ୍ର ଅସ୍ତ୍ର ହେଉଛି କରୋନା ଟିକା। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଏହାକୁ ମାଗଣାରେ ପ୍ରଦାନ କରାଯାଉଛି। ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହାକୁ ମାଗଣାରେ ଦିଆଯାଉଥିବା ବେଳେ ଘରୋଇ ମେଡିକାଲ୍ରେ ଡୋଜ୍ ପିଛା ୭୮୦ ଟଙ୍କା ନିଆଯାଉଛି। ତେବେ କଟକ ମଙ୍ଗଳାବାଗସ୍ଥିତ କାଠଗୋଲା ସାହିରେ ଥିବା ଉର୍ମିଳା ନର୍ସିହ ହୋମ୍ରେ ଏହି ଟିକା ମାଗଣାରେ ଦିଆଯିବ। ନର୍ସିଂ ହୋମର ଅଧ୍ୟକ୍ଷ ତଥା ସମାଜସେବୀ ଅଭୟ କୁମାର ଦାସଙ୍କ ୩୯ତମ ଜନ୍ମଦିନ ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ)ରେ ଅନ୍ତର୍ଭୁକ୍ତ କାର୍ଡଧାରୀଙ୍କୁ ମାଗଣାରେ ଏହି ଟିକା ଦିଆଯିବ। ଏହାସହିତ ଅସହାୟ, ଗରିବ ଓ ଶ୍ରମିକ ଶ୍ରେଣୀର ଲୋକମାନଙ୍କୁ ମଧ୍ୟ ଏହି ଟିକା ଦିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି।
Powered by Froala Editor
