୩ ଦିନ ପରେ ଗୋଧସ ଜଳପ୍ରପାତରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

୩ ଦିନ ପରେ ଗୋଧସ ଜଳପ୍ରପାତରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ରାଜ୍ୟ ଖବର

ନୂଆପଡ଼ା: ଗୋଧସ ଜଳପ୍ରପାତରେ ନିଖୋଜ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ନିଖୋଜ ହେବାର ୩ ଦିନ ପରେ ଆଜି ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନୂଆପଡ଼ା ସଦର ବ୍ଲକ ଭରୁଆମୁଣ୍ଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟରେ ଥିବା ଗୋଧସ ଜଳପ୍ରପାତ ଉପରୁ ଡେଇଁ ପ୍ରେମୀଯୁଗଳ ନିଖୋଜ ହୋଇଥିଲେ। ନୂଆପଡ଼ା ଅଗ୍ନିଶମ ବିଭାଗ ଆଜି ଉଭୟଙ୍କ ମୃତଦେହ ଉଦ୍ଧାର କରିଛି।

ସୂଚନାନୁସାରେ, ଉଭୟଙ୍କ ଜାତି ଅଲଗା ହୋଇଥିବାରୁ ସେମାନଙ୍କୁ ସ୍ବାମୀ ସ୍ତ୍ରୀର ମାନ୍ୟତା ମିଳି ନଥିଲା। ଆତ୍ମହତ୍ୟା ପୂର୍ବରୁ ସେମାନେ ସୁଇସାଇଡାଲ ନୋଟ୍ ଛାଡ଼ିଯାଇଥିଲେ। ସେଥିରେ ଉଲ୍ଲେଖ ଥିଲା ଯେ, ପ୍ରେମ ବିବାହ ଉଦ୍ଦେଶ୍ୟରେ ଗତ ୨୪ ତାରିଖରୁ ଘରୁ ବାହାରିଥିଲେ।  କିନ୍ତୁ ସ୍ୱୀକୃତି ନ ମିଳିବାରୁ ଆତ୍ମହତ୍ୟା କରିଥିଲେ। ମୃତ ପ୍ରେମୀଯୁଗଳ ପଡ଼ୋଶୀ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ପିପଲଛେଡି ଥାନା ଥୁଆପାନି ଗାଁର ଧନିରାମ ଅଁଟି (୧୮) ଓ ଦେମତି ସୋରି ବୋଲି ଜଣାପଡ଼ିଛି। ଜଳପ୍ରପାତର ଅକାତପାଣି ଭିତରେ ମଧ୍ୟ ବହୁ କଷ୍ଟରେ ନୂଆପଡ଼ା ଅଗ୍ନିଶମ ବାହିନୀ ଖୋଜି ବାହାର କରିବା ପରେ ଧରମବନ୍ଧା ପୁଲିସକୁ ଜିମା ଦେଇଥିଲା। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ହୋଇଛି।


Powered by Froala Editor