ସରକାରରେ ଦାଗି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାକୁ ବରଦାସ୍ତ କରି ହେବନି: ସିଦ୍ଧୁ

ସରକାରରେ ଦାଗି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାକୁ ବରଦାସ୍ତ କରି ହେବନି: ସିଦ୍ଧୁ

ରାଜନୀତି

ନୂଆଦିଲ୍ଲୀ: ଦାଗି ବ୍ୟକ୍ତିଙ୍କୁ ସରକାରରେ ନିଆଗଲା। ଏହାକୁ ବିରୋଧ ଜାରି ରହିବ। ନୈତିକତାକୁ ନେଇ କୌଣସି ସାଲିସ କରାଯିବ ନାହିଁ। ପଞ୍ଜାବଲୋକଙ୍କ ହକ୍‌ ପାଇଁ ଲଢ଼ାଇ ଜାରି ରହିବ। ଜୀବିତ ଅଛି ମାନେ ଜୀବିତ ଦେଖାଯିବା ଦରକାର। ଦାଗି ଅଧିକାରୀ ଓ ଦାଗି ନେତାଙ୍କ ସହିତ କାମ କରିବା ସମ୍ଭବ ନୁହେଁ। ଇସ୍ତଫା ଦେବା ପରେ ଏମିତି ଭିଡିଓ ଜାରି କରି ନିଜର ମତ ରଖିଛନ୍ତି ନବଜୋତ ସିଂ ସିଦ୍ଧୁ। ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ସେ ଏମିତି ମତ ଦେଇଛନ୍ତି। ତାଙ୍କ ଏହି ମତ ପରେ ପଞ୍ଜାବ ରାଜନୀତି ହଲଚଲ୍‌ ହୋଇ ଉଠିଛି। ଚଣ୍ଡିଗଡ଼ଠାରୁ ନୂଆଦିଲ୍ଲୀ ପର୍ୟ୍ୟନ୍ତ କଂଗ୍ରେସ ଏବେ ଅଡ଼ୁଆରେ ପଡ଼ିଛି। ସିଦ୍ଧୁ କହିଛନ୍ତି ଯେ ମୁଁ ଦଳର ହାଇକମାଣ୍ଡଙ୍କୁ ଅନ୍ଧାରରେ ରଖିବାକୁ ଚାହୁଁ ନାହିଁ। ଯେକୌଣସି ପରିସ୍ଥିତିରେ ରହେ ନା କାହିଁକି ଲୋକଙ୍କ ସମସ୍ୟା କଥା ଉଠାଇବି। ସିଷ୍ଟମରେ ଗଡ଼ବଡ଼ ବରଦାସ୍ତ କରାଯିବ ନାହିଁ। ହକ୍‌ ଏବଂ ସତ୍ୟ ପାଇଁ ସର୍ବଦା ଲଢ଼େଇ ଜାରି ରହିବ ବୋଲି ସିଦ୍ଧୁ କହିଛନ୍ତି। ଅନ୍ୟପକ୍ଷରେ ସିଦ୍ଧୁଙ୍କୁ ବୁଝାଇବାକୁ ମୁଖ୍ୟମନ୍ତ୍ରୀ ଚରଣସିଂହ ଚନିଙ୍କୁ ଦାୟିତ୍ବ ଦିଆଯାଇଛି। ପଂଜାବ କଂଗ୍ରେସରେ ଏପରି ଘଡ଼ିକେ ଘୋଡ଼ା ଛୁଟିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।   

Powered by Froala Editor