ପୁଣି ୨୦ ହଜାର ଟପିଲା ସଂକ୍ରମଣ, ୨୪ ଘଣ୍ଟାରେ ୨୩, ୫୨୯ ଚିହ୍ନଟ

ପୁଣି ୨୦ ହଜାର ଟପିଲା ସଂକ୍ରମଣ, ୨୪ ଘଣ୍ଟାରେ ୨୩, ୫୨୯ ଚିହ୍ନଟ

ଜାତୀୟ ଖବର

ନୂଆଦିଲ୍ଲୀ: ଦେଶରେ କରୋନା କଟକଣା କୋହଳ ହୋଇଛି। ବିଭିନ୍ନ ସ୍ଥାନରେ ଭିଡ଼ ଥିବା ଦେଖାଯାଉଛି। ଫଳରେ ସଂକ୍ରମଣ ପୁଣି ୨୦ ହଜାର ପାର କରିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୩,୫୨୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୧୧ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୩,୩୭,୩୯,୯୮୦ ଓ ମୃତ୍ୟୁସଂଖ୍ୟା ୪,୪୮,୦୬୨ରେ ପହଞ୍ଚିଛି।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୨୮,୭୧୮ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତାସଂଖ୍ୟା ୩,୩୦,୧୪,୮୯୮ରେ ପହଞ୍ଚିଛି। ଞ୍ଜଞ୍ଜଞ୍ଜଞ୍ଜଞ୍ଜ

ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨,୭୭,୦୨୦।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୮୮,୩୪,୭୦,୫୭୮ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଆଯାଇଛି ୬୫,୩୪,୩୦୬ ଡୋଜ୍ ଟିକା।

 ‘ଆଇସିଏମ୍ଆର୍’ କହିବା ଅନୁସାରେ, ଏହି ଭୂତାଣୁଜନିତ ରୋଗ ଚିହ୍ନଟ ପାଇଁ ସେପ୍ଟେମ୍ବର ୨୯ତାରିଖ ସୁଦ୍ଧା ସମୁଦାୟ ୫୬,୮୯,୫୬,୪୩୯ ନମୁନା ପରୀକ୍ଷା ସରିଛି। ଗତକାଲି ପରୀକ୍ଷା ହୋଇଛି ୧୫,୦୬,୨୫୪ଟି ନମୁନା।


Powered by Froala Editor