ଜାପାନ: ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ୟୋସିହିଦେ ସୁଗାଙ୍କ ଭାବମୂର୍ତ୍ତି ଏତେ ସ୍ୱଚ୍ଛ ନଥିବାରୁ ଦଳ ତାଙ୍କୁ ହଟାଇ ଫୁମିଓ କିଶିଦାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଛି। ବୁଧବାର କ୍ଷମତାସୀନ ଦଳ ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ସର୍ବସମ୍ମତିକ୍ରମେ ଫୁମିଓ କିଶିଦା ନିର୍ବାଚିତ ହୋଇଛନ୍ତି। ୬୪ ବର୍ଷିୟ କିଶିଦା ହେଉଛନ୍ତି ପେସାରେ ଜଣେ କୂଟନୀତିଜ୍ଞ । ନିର୍ବାଚନ ଦୌଡରେ ଚାରି ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇଜଣ ମହିଳା ଥିଲେ। ଦଳର ବୃହତ୍ତମ ଗୋଷ୍ଠୀଗୁଡିକ ତାଙ୍କ ସଦସ୍ୟମାନଙ୍କୁ ସ୍ୱାଧୀନ ଭାବେ ମତବ୍ୟକ୍ତ କରିବାର ଅଧିକାର ଦେଇଥିଲେ ।
ତେବେ ପ୍ରଥମ ରାଉଣ୍ଡରେ କୋନୋ ଓ କିଶିଦାଙ୍କ ଭୋଟ ପ୍ରାୟ ସମାନ ଥିବାବେଳେ ଦ୍ୱିତୀୟ ରାଉଣ୍ଡରେ ଉଭୟ ପୂର୍ବତନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ସାନେ ଟାକେଚି ଓ ସିକୋ ନୋଡା ବାଦ୍ ପଡିବାରୁ କିଶିଦାଙ୍କ ପ୍ରତି ସଦସ୍ୟମାନଙ୍କ ବଳିଷ୍ଠ ସମର୍ଥନ ତାଙ୍କୁ ଜିତାଇଦେଲା । ଶେଷରେ କିଶିଦା ୨୫୭ ଭୋଟ ପାଇଥିବା ବେଳେ କୋନୋ ୧୭୦ ଭୋଟ ପାଇଥିଲେ । କିଶିଦାଙ୍କ ନେତୃତ୍ୱରେ ଜାପାନ ଉନ୍ନତି କରିବ ବୋଲି ସାଧାରଣ ଲୋକ ଚର୍ଚ୍ଚା କରୁଥିବା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
Powered by Froala Editor
