ପ୍ରାକୃତିକ ଗ୍ୟାସ ଦାମ ୬୨ % ବଢିଲା, ଜାଣନ୍ତୁ ରୋଷେଇ ଗ୍ୟାସ ଦାମ କେତେ ବଢ଼ିବ

ପ୍ରାକୃତିକ ଗ୍ୟାସ ଦାମ ୬୨ % ବଢିଲା, ଜାଣନ୍ତୁ ରୋଷେଇ ଗ୍ୟାସ ଦାମ କେତେ ବଢ଼ିବ

ଜାତୀୟ ଖବର

ନୂଆଦିଲ୍ଲୀ : ପୁଣି ଖାଉଟିଙ୍କ ଉପରେ ପଡ଼ିବ ମହଙ୍ଗା ମାଡ  । ପେଟ୍ରୋଲ ଓ ଡିଜେଲ ଦର ଶହେ ଟପି ସାରିଥିବାବେଳେ ଏଲଏନଜି ଗ୍ୟାସ ଦାମ ଆହୁରି  ବଢ଼ିବା ସ୍ପଷ୍ଟ ହୋଇଯାଇଛି  ।

କେନ୍ଦ୍ର ସରକାର ପ୍ରାକୃତିକ ଗ୍ୟାସ ଦାମରେ ୬୨% ବୃଦ୍ଧି କରିଛନ୍ତି  । ଏହାଦ୍ୱାରା ବହୁ କ୍ଷେତ୍ର ପ୍ରଭାବିତ ହେବାର ଆଶଙ୍କା ରହିଛି  । ବିଜୁଳି ଉତ୍ପାଦନ ଖର୍ଚ୍ଚ ବି ବୃଦ୍ଧି ପାଇବବୋଲି ଆକଳନ କରାଯାଇଛି  । ତେବେ ଗ୍ୟାସ ଦ୍ୱାରା ଖୁବ କମ ବିଜୁଳି ଉତ୍ପାଦିତ ହେଉଥିବାରୁ ଏହାର ପ୍ରଭାବ ସେତେଟା ପରିଲକ୍ଷିତ ହେବନାହିଁ  । ତେବେ ସାର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଇବାର ସମ୍ଭାବନା ରହିଛି  ।

ସବୁଠାରୁ ବଡ଼ କଥା ହେଉଛି ସିଏନଜି ଠାରୁ ନେଇ ରୋଷେଇ ଗ୍ୟାସ ଦାମ ବୃଦ୍ଧି ପାଇବା ନିଶ୍ଚିତ ହୋଇଯାଇଛି  । ପ୍ରାକୃତିକ ଗ୍ୟାସର ବ୍ୟବହାର ବିଜୁଳି, ସାର, ଅଟୋମୋବାଇଲ ଓ ରୋଷେଇ ଗ୍ୟାସ ପାଇଁ ହୋଇଥାଏ  । ଅପ୍ରେଲ ୨୦୧୯ ପରେ ପ୍ରଥମ ଥର ପାଇଁ ପ୍ରାକୃତିକ ଗ୍ୟାସ ଦାମ ବୃଦ୍ଧି ପାଇଛି  । ଆକଳନ ଅନୁଯାୟୀ ଏହାଦ୍ୱାରା ସିଏନଜି ଓ ପାଇପ ରୋଷେଇ ଗ୍ୟାସ ଦର ୧୦ରୁ ୧୧% ବୃଦ୍ଧି ପାଇବ  ।

Powered by Froala Editor