ନୂଆଦିଲ୍ଲୀ : ସରକାରୀ ଚାକିରିଆଙ୍କ ବିରୋଧରେ ଦୁର୍ନୀତି ବିରୋଧୀ କାର୍ୟ୍ୟାନୁଷ୍ଠାନ ନେବାକୁ ହେଲେ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ପ୍ରାକ୍ ଅନୁମତି ନେବା ବାଧ୍ୟତାମୂଳକ । ସିବିଆଇ ଏବଂ ରାଜ୍ୟରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ପଦକ୍ଷେପ ନେଉଥିବା ସଂସ୍ଥାଗୁଡ଼ିକ ଏପ୍ରକାର ତଦନ୍ତ କିଭଳି କରିବେ ସେଥିପାଇଁ କେନ୍ଦ୍ର ସରକାର ଏକ ନୂଆ ମାନକ କର୍ମ ସଂପାଦନ ପ୍ରକ୍ରିୟା (ଏସଓପି) ଜାରି କରିଛନ୍ତି ।କେନ୍ଦ୍ର ସରକାରଙ୍କ ପକ୍ଷରୁ ଉକ୍ତ ଏସଓପିକୁ ଗତ ୩ ତାରିଖରେ ସିବିଆଇ ଏବଂ ରାଜ୍ୟ ସରକାରମାନଙ୍କୁ ପଠାଯାଇଛି। ଏସଓପିରେ କୁହାଯାଇଛି ଯେ, ଦୁର୍ନୀତି ନିବାରଣ ଅଧିକାରୀମାନେ ଅଭିଯୋଗ ଆସିଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରାଥମିକ ପ୍ରମାଣ ରହିଛି କି ନାହିଁ ତାହାକୁ ଯାଞ୍ଚ କରିବେ । ଏହାପରେ ଯାଇ ଆନୁଷ୍ଠାନିକ ତଦନ୍ତ ପାଇଁ ଆବେଦନ କରିପାରିବେ । ତେବେ ଲାଞ୍ଚ ନେଇ ସିଧା ଧରାପଡ଼ିଥିବା ଅଧିକାରୀଙ୍କ ତଦନ୍ତ କ୍ଷେତ୍ରରେ ଏହାର ଆବଶ୍ୟକତା ନାହିଁ । ଏହା ସତ୍ତ୍ୱେ ଉକ୍ତ ସର୍ତ୍ତକୁ ସିବିଆଇର ବର୍ତ୍ତମାନ ଏବଂ ପୂର୍ବତନ ଅଧିକାରୀମାନେ ଠିକ ନୁହେଁ ବୋଲି କହିଛନ୍ତି । ତେବେ ତଦନ୍ତକାରୀ ଅଧିକାରୀମାନଙ୍କ ଭୟରେ ଭଲ ନିଷ୍ପତ୍ତି ମଧ୍ୟ ନେଇ ପାରୁନାହାନ୍ତି ବୋଲି ଅଧିକାରୀମାନେ ଅଭିଯୋଗ କରିବା ପରେ ସରକାର ୨୦୧୮ ଜୁଲାଇରେ ଦୁର୍ନୀତି ନିର୍ବାଣ ଆଇନରେ ସଂଶୋଧନ କରି ଉକ୍ତ ନୂଆ ଧାରା ସାମିଲ କରିଥିଲେ ।
Powered by Froala Editor
