ନୂଆଦିଲ୍ଲୀ : ଟାଟା ଗୋଷ୍ଠୀର ହେବ ଏୟାର ଇଣ୍ଡିଆ। ଏପରି ହେଲେ ୬୮ ବର୍ଷ ପରେ ଜାତୀୟ ବିମାନ ପରିବହନ ଟାଟା ଗ୍ରୁପ୍ ହାତକୁ ଯିବ। ପ୍ରାୟ ସବୁ ବ୍ୟବସାୟ ସହିତ ଜଡ଼ିତ ଟାଟା ଗ୍ରୁପ୍ ଏୟାର ଇଣ୍ଡିଆର ଚୂଡ଼ନ୍ତ ନିଲାମ ପାଇଁ କାଗଜପତ୍ର ଦାଖଲ କରିଥିଲା। ସମସ୍ତ ଦସ୍ତାବିଜ୍ ଦେଖିବା ପରେ ଟାଟା ଗ୍ରୁପ୍ ସପକ୍ଷରେ ନିଲାମ ବିଡ୍ ଯାଉଥିବା ଜଣପଡ଼ିଛି। ଅନ୍ୟପକ୍ଷରେ ଏୟାର୍ ଇଣ୍ଡିଆ ନିଲାମ ରଖିବାକୁ ସ୍ପାଇସ୍ଜେଟ୍ର ପୃଷ୍ଠପୋଷକ ଅଜୟ ସିଂହ ଆବେଦନ କରିଥିଲେ। କିନ୍ତୁ ଟାଟା ଗ୍ରୁପ୍ ଅଧିକ ମୂଲ୍ୟ ରଖିଥିବା ସରକାରୀ ସୂତ୍ରରୁ ପ୍ରକାଶ। ଏୟାର ଇଣ୍ଡିଆ ନିଲାମ ପାଇଁ ସରକାର ସର୍ବନିମ୍ନ ସଂରକ୍ଷିତ ମୂଲ୍ୟ ଧାର୍ୟ୍ୟ କରିଛନ୍ତି। ଫ୍ୟୁଚ୍ର ଫ୍ଲୋ ପ୍ରୋଜେକ୍ଟ, ବ୍ରାଣ୍ଡ ଭାଲ୍ୟୁ ଏବଂ ବିଦେଶୀ ବନ୍ଦରରେ ସ୍ଲଟ୍କୁ ଆଧାର କରି ସରାକର ଏଥିପାଇଁ ସର୍ବନିମ୍ନ ସଂରକ୍ଷିତ ମୂଲ୍ୟ ଧାର୍ୟ୍ୟ କରିଥିଲେ। ସରକାରୀ କମିଟି ଧାର୍ୟ୍ୟ କରିଥିବା ମୂଲ୍ୟଠାରୁ ଟାଟା ସନ୍ସ ୩୦୦୦ କୋଟି ଟଙ୍କା ଅଧିକ ମୂଲ୍ୟରେ ନିଲାମପତ୍ର ଦାଖଲ କରିଥିଲେ।
Powered by Froala Editor
