ନୂଆଦିଲ୍ଲୀ: ଧାରଣା ଦେଇ ପୂରା ଦିଲ୍ଲୀକୁ ବନ୍ଧକ କରିଦେଇଛ। କୃଷକ ସଂଗଠନ କେବଳ ରାସ୍ତା ଅବରୋଧ କରି ନାହାନ୍ତି ବରଂ ସେନାବାହିନୀର ଆତଯାତକୁ ମଧ୍ୟ ଅବରୋଧ କରିଛନ୍ତି। ତିନି କୃଷି ଆଇନ୍କୁ ଫେରାଇ ନେବା ଦାବିରେ ଗତ ୧୦ ମାସ ହେଲା ଆନ୍ଦୋଳନ ଚଳାଇଥିବା କୃଷକ ମହାପଞ୍ଚାୟତ ପକ୍ଷରୁ ଯନ୍ତରମନ୍ତରରେ ଆନ୍ଦୋଳନ କରିବାକୁ ଅନୁମତି ମାଗିବା ନେଇ କରିଥିବା ମାମଲାରେ ଟିପ୍ପଣୀ କରିବାକୁ ଯାଇ ସୁପ୍ରିମ୍ କୋର୍ଟ ପକ୍ଷରୁ କୁହାଯାଇଛି। କୋର୍ଟ ପକ୍ଷରୁ କୁହାଯାଇଛି ଆନ୍ଦୋଳନକୁ ଏକ ପ୍ରକାର ଧନ୍ଦା କରିଦିଆଯାଇଛି। ଏପଟେ ଆନ୍ଦୋଳନ ଜାରି ରଖିଛନ୍ତି ସେପଟେ କୋର୍ଟରେ ଅର୍ଜି ବି ଦେଇଛନ୍ତି। ଆନ୍ଦୋଳନ ଯୋଗୁଁ ସାଧାରଣ ଲୋକ ବହୁତ ଅସୁବିଧାରେ ଅଛନ୍ତି। ଲୋକଙ୍କ ବ୍ୟବସାୟ ଠପ୍ ହୋଇଯାଇଛି। ଏକା ସମୟରେ ଆନ୍ଦୋଳନ କରିବା ଏବଂ କୋର୍ଟକୁ ଆସିବା ଠିକ୍ ନିହେଁ। ନ୍ୟାୟ ବ୍ୟବସ୍ଥା ବିରୋଧରେ ସଂଗଠନ କ’ଣ ଆନ୍ଦୋଳନ କରୁଛନ୍ତି ବୋଲି କିଷାନ ମହାପଞ୍ଚାୟତକୁ କୋର୍ଟ ପ୍ରଶ୍ନ କରିଛନ୍ତି। ବିଚାରପତି ଜଷ୍ଟିସ୍ ଖାନ୍ୱିଲ୍କରଙ୍କ ନେତୃତ୍ବରେ ସୁପ୍ରିମ୍ କୋର୍ଟର ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି କୃଷକ ଆନ୍ଦୋଳନର ନେତୃବୃନ୍ଦ ଏବଂ ସଂଗଠନକୁ ଏମିତି କଡ଼ା ଟିପ୍ପଣୀ କରିଛନ୍ତି। ଅନ୍ୟପକ୍ଷରେ କୃଷକ ସଂଗଠନ ପକ୍ଷରୁ କେହି କୋର୍ଟ ଯାଇ ନାହାନ୍ତି। କୃଷକ ନେତା ରାକେଶ ଟିକାୟତ କହିଛନ୍ତି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି। ଆମେ ରାସ୍ତା ଅବରୋଧ କରିନୁ। ପୁଲିସ ରାସ୍ତାରେ ବ୍ୟାରିକେଟ୍ କରି ରାସ୍ତା ଅବରୋଧ କରିଛି। ଆମେ ସରକାରଙ୍କ ସହିତ ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ। ଅନ୍ୟପକ୍ଷରେ କୋର୍ଟ କହିଛନ୍ତି ଯଦି କିଷାନ ମହାପଞ୍ଚାୟତ ଆନ୍ଦୋଳନର ଅଂଶ ନୁହନ୍ତି ତେବେ ସେମାନେ ଏକ ଅଫିଡେଭିଟ୍ ଦିଅନ୍ତୁ।
Powered by Froala Editor
