ସାମଗ୍ରୀ: - ଭେଣ୍ଡି - କଟା ପିଆଜ - ଟମାଟୋ - କଞ୍ଚା ଲଙ୍କା - ରସୁଣ - ଅଦା - ଦହି - ଆମ୍ଚୁର୍ ପାଉଡର୍ - ଧନିଆ ପାଉଡର୍ - ଲଙ୍କା ଗୁଣ୍ଡ - ଲୁଣ - ଦହି - ଗରମ ମସଲା - କସ୍ତୁରି ମେଥି - ଜିରା - ଜୁଆଣି - ହେଙ୍ଗୁ - ଧନିଆ ପତ୍ର ପ୍ରଣାଳୀ:ପ୍ରଥମେ ଗୋଟା ଭେଣ୍ଡିକୁ ମଝିରୁ ଦୁଇ ଖଣ୍ଡ କରି କାଟି ଦିଅନ୍ତୁ। ଏହା ପରେ ଟମାଟୋ, କଞ୍ଚା ଲଙ୍କା, ରସୁଣ, ଅଦାକୁ ଗ୍ରାଇଣ୍ଡ କରି ଦିଅନ୍ତୁ। ଏବେ କଡ଼େଇ ଗ୍ୟାସ୍ରେ ବସାଇ ସେଥିରେ ତେଲ ଗରମ କରି ପିଆଜକୁ ଭାଜି ଦିଅନ୍ତୁ। ପିଆଜ ଭାଜି ହେଲା ପରେ ଭେଣ୍ଡି ଗୁଡିକୁ ଭାଜି ଦିଅନ୍ତୁ। ଭେଣ୍ଡିକୁ ଅଧିକା ସିଝାଇବେ ନାହିଁ। ଭେଣ୍ଡି ଭାଜିଲା ବେଳେ ସେଥିରେ ହଳଦୀ ଗୁଣ୍ଡ ଏବଂ ଲୁଣ ମଧ୍ୟ ପକାନ୍ତୁ।ଭେଣ୍ଡି ଭାଜି ହୋଇଗଲେ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏବେ ସେହି ପାତ୍ରରେ ତେଲ ଗରମ କରି ସେଥିରେ ଜିରା, ଜୁଆଣି, ହେଙ୍ଗୁ ଏବଂ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଟମାଟୋ ପେଷ୍ଟ ପକାନ୍ତୁ। ଏହା ପରେ ଲୁଣ ପକାଇ ଟମାଟୋକୁ ଭଲରେ କଷାନ୍ତୁ। ଏହା ପରେ ଆମ୍ଚୁର୍ ପାଉଡର୍, ଧନିଆ ପାଉଡର୍, ଲଙ୍କା ଗୁଣ୍ଡ ପକାଇ ଭଲରେ ଗୋଳାଇ ଦିଅନ୍ତୁ। ୨ରୁ ୩ ମିନିଟ ପରେ ସେଥିରେ ଦହି ପକାଇ ଗୋଳାଇ ଦିଅନ୍ତୁ, ଆଉ ଘୋଡ଼ଣୀ ଦେଇ ଶିଝିବାକୁ ଛାଡ଼ି ଦିଅନ୍ତୁ।ଶିଝିଗଲା ପରେ ସେଥିରେ ଗରମ ମସଲା, କସ୍ତୁରି ମେଥି ଏବଂ ଭେଣ୍ଡି ପକାନ୍ତୁ। ଏହି ସମୟରେ ଅଳ୍ପ ପାଣି ବି ଦେଇ ଘୋଡ଼ଣୀ ବନ୍ଦ କରି ଭେଣ୍ଡି ଗୁଡ଼ିକୁ ଶିଝିବାକୁ ଛାଡ଼ି ଦିଅନ୍ତୁ। ଶିଝିଗଲା ପରେ ସେଥିରେ ଧନିଆ ପତ୍ର ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହେଇଗଲା ଆପଣଙ୍କର ଚଟ୍ପଟା ଭେଣ୍ଡି ମସାଲା।
