ଭଞ୍ଜନଗର: ପୁଅ ଗ୍ରାମର ଅନ୍ୟ ଜଣଙ୍କ ସହ ଝଗଡା କରୁଥିବା ବେଳେ ଛଡାଇବାକୁ ଯାଇଥିଲା ବାପା। ଏଥିରେ ପୁଅ ରାଗିଯାଇ ବାପାକୁ ମାଡ ମାରିଥିଲା। ଆଉ ପୁଅର ମାଡରେ ବାପାର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଭଞ୍ଜନଗର ଥାନାଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି। ମୃତକ ଜଣକ ହେଲେ ହାଡୁ ନାଇକ। ଭଞ୍ଜନଗର ଥାନା ଅନ୍ତର୍ଗତ ବଡକୋଦଣ୍ଡା ଗ୍ରାମର ଶିବୁ ନାଇକ ଆଜି ଗ୍ରାମରେ ଅନ୍ୟ ଜଣ ଙ୍କ ସହିତ ଗଣ୍ଡଗୋଳ କରୁଥିଲା। ଏହି ସମୟରେ ବାପା ହାଡୁ ଯାଇ ଗଣ୍ଡଗୋଳ ଛଡାଇଥିଲା। ଏହାକୁ ନେଇ ଶିବୁ କ୍ରୋଧ୍ବାନିତ ହୋଇଥିଲା।ରାଗରେ ଶିବୁ ବାପାଙ୍କୁ ମାଡ ମାରିଥିଲା। ଏଥିରେ ହାଡୁ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଭଞ୍ଜନଗର ମେଡିକାଲ ଆଣିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ କ୍ଷ ପୋଲିସ ଶିବଙ୍କୁ ଅଟକ ରଖି ତଦନ୍ତ କରୁଛି।
Powered by Froala Editor
